(Video) ବୁଦ୍ଧିଥିଲେ ଉପାୟ ଆପେ ମିଳିଯାଏ…. ୬ ବର୍ଷ ହେବ ଗ୍ୟାସରେ ଇସ୍ତ୍ରୀ କରି ହେଉଛି ରୋଜଗାର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଏମିତି ଗୋଟିଏ ଜରିଆ ଯେଉଁଠାରୁ ବିଭିନ୍ନ ପ୍ରକାର ବିଚିତ୍ର ଖବର ସାମ୍ନାକୁ ଆସିଥାଏ । ଉଭୟ ଭିଡିଓ ଓ ଫଟୋ ଆକାରରେ ଦେଖିବାକୁ ମିଳୁଥିବା ସୋସିଆଲ ମିଡିଆ ଖବର ଅନେକ ସମୟରେ ଆଶ୍ଚର୍ଯ୍ୟ କଲାଭଳି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି କପଡ଼ା ଆଇରନ୍ ଦେଉଛନ୍ତି । ତା’ପୁଣ ଇଲେକ୍ଟ୍ରିକ୍ ଆଇରନ୍ ନୁହେଁ ବରଂ ଘରେ ଘରେ ବ୍ୟବହାର କରାଯାଉଥିବା ଏଲପିଜି ସିଲିଣ୍ଡର ସାହାଯ୍ୟରେ । ଆଜ୍ଞା ହଁ ଆପଣ ଠିକ୍ ପଢ଼ିଛନ୍ତି, ଜଣେ ବ୍ୟକ୍ତି ଦୀର୍ଘ ୬ ବର୍ଷ ଧରି ଏଲ୍ପିଜି ସିଲିଣ୍ଡର ସାହାଯ୍ୟରେ କପଡ଼ା ଆଇରନ୍ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଖାଦ୍ୟ ରାନ୍ଧିବା ପାଇଁ ଘରେ ଘରେ ବ୍ୟବହାର ହେଉଥିବା ଗ୍ୟାସ୍ ସିଲିଣ୍ଡର ଜରିଆରେ କପଡ଼ା ଇସ୍ତ୍ରୀ କରିବା ଲାଗୁଥିବା ଅସମ୍ଭବ କିନ୍ତୁ ଏହା ସତରେ କଠିନ ନୁହେଁ । ଗ୍ୟାସ୍ ସିଲିଣ୍ଡରୁ ଏକ ପାଇପ୍ ଜରିଆରେ ଆଇରନକୁ ସଂଯୋଗ କରି ବ୍ୟକ୍ତି ଜଣକ ଆଇରନ୍ କରୁଛନ୍ତି । କିନ୍ତୁ ଏ କାମରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । କୌଣସି ତ୍ରୁଟି ବା ବ୍ୟତିକ୍ରମ କାରଣରୁ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଭିଡିଓଟିକୁ ଖୁବ୍ ମାତ୍ରାରେ ଲୋକେ ପସନ୍ଦ କରୁଛନ୍ତି । କେହି କେହି ଥଟା ମଧ୍ୟକରୁଥିବା ସେମାନଙ୍କ କମେଣ୍ଟରୁ ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଜଣକ ପରିଚୟ ଜଣାପଡ଼ିନାହିଁ ।