(Video) ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ହଟିଲା ବଚ୍ଚନ ସରନେମ, ଫ୍ୟାନ୍ସଙ୍କୁ ଲାଗିଲା ଝଟକା!

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଗ୍ଲାମରସ ଲୁକ ଏବଂ ପର୍ସନାଲିଟି ପାଇଁ ସର୍ବଦା ଲାଇମ ଲାଇଟରେ ରୁହନ୍ତି । ଗତ କିଛି ସମୟରୁ ତାଙ୍କର ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ରର ଖବର ଖୁବ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନଙ୍କ ଛାଡ଼ପତ୍ରକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଆସନ୍ତୁ ଜାଣିବା ଏହି ବିଷୟରେ..

ଅଭିନେତ୍ରୀ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମରେ ଭାଗ ନେବାକୁ ପହଞ୍ଚିଥିଲେ । ହେଲେ ଏହି ଇଭେଣ୍ଟରେ କିଛି ଏପରି ହୋଇଥିଲା, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ବଚ୍ଚନ ସରନେମ ନଥିଲା, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ଏହି ପ୍ରଶ୍ନ ଉଠିବାକୁ ଲାଗିଛି ।

ଏହି ଇଭେଣ୍ଟରେ ଚାଲୁଥିବା ସ୍କ୍ରିନରେ ଐଶ୍ୱର୍ଯ୍ୟା ରାୟଙ୍କ ନାମ ଐଶ୍ୱର୍ଯ୍ୟା ରାୟ ଦେଖିବାକୁ ମିଳିଥିଲା, ଯାହାକି ସାଧାରଣତଃ ତାଙ୍କ ନାମ ସହ ବଚ୍ଚନ ସରନେମ ଯୋଡିହୋଇଥାଏ । ଏହି କଥା ସୋସିଆଲ ମିଡିଆରେ ଖୁବ ଜୋରରେ ପ୍ରସାରିତ ହୋଇଛି ଏବଂ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ଜାରି କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ବି’ ଶବ୍ଦ ତାଙ୍କ ନାମରୁ ହଜିଯାଇଛି । ଅନ୍ୟ ୟୁଜର୍ସ ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାକୁ ପ୍ରଶଂସା କରିଛନ୍ତି । ତେବେ ଏହି ଛାଡ଼ପତ୍ର ମାମଲାରେ ଏପର୍ଯ୍ୟନ୍ତ ବଚ୍ଚନ ପରିବାର ବା ଐଶ୍ୱର୍ଯ୍ୟା ରାୟଙ୍କ ପକ୍ଷରୁ କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ ।