ଭୋପାଳ: ମଧ୍ୟପ୍ରଦେଶ ଶେଓପୁରର କୁନା ନ୍ୟାଶନାଲ ପାର୍କରେ ପୁଣି ୨ ଚିତା ଶାବକଙ୍କ ମୃତୁ୍ୟ ହୋଇଛି । ଉଦ୍ୟାନରେ ରହୁଥିବା ନୀର୍ଭା ଏହି ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା । ନୀର୍ଭା ନିଜ ଗୁମ୍ଫାରେ ନ ଥିବା ସୂଚନା ଅଧିକାରୀମାନେ ରେଡିଓ କଲାର ଜରିଆରେ ପାଇଥିଲେ । ଏହାପରେ କୁନୋ ଅଧିକାରୀ ବୋମା ଏନ୍କ୍ଲୋଜରରେ ପହଞ୍ଚିଥିଲେ । ଶାବକମାନଙ୍କ ଦେହରେ ଏକାଧିକ କ୍ଷତଚିହ୍ନ ଅଧିକାରୀ ଦେଖିଥିବା କହିଛନ୍ତି । ସେମାନଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଅଧିକାରୀଙ୍କ ତରଫରୁ ଯାଞ୍ଚ କରାଯାଉଥିବା ପ୍ରୋଜେକ୍ଟ ଚିତାର ନିଦେ୍ର୍ଦଶକ କହିଛନ୍ତି ।
କୁନୋରେ ନୀର୍ଭା ସହିତ ଅନ୍ୟ ୧୨ ଚିତା ଛୁଆ ସୁସ୍ଥ ଥିବା ଜଣାପଡ଼ିଛି । ଅଧିକାରୀଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ମୁତାବକ ବର୍ତ୍ତମାନ ସେଠାରେ ୨୪ ଚିତା ରହିଛନ୍ତି । ଚିତା ଗଡ଼ ଭାବେ ଜଣାପଯାଉଥିବା ମଧ୍ୟପ୍ରଦେଶ କିଛି ବର୍ଷ ପୂର୍ବେ ଚିତା ଶୂନ୍ୟ ହୋଇଯାଇଥିଲା । ଯାହାର କାରଣ ଥିଳା ଶିକାର । ୨୦୨୨ରେ ଚିତା ପ୍ରୋଜେକ୍ଟ ଅଧିନରେ ୮ ଚିତା ବାଘ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଭାରତ ଅଣାଯାଇଥିଲା । ଯେଉଁଥିରେ ୫ଟି ମାଈ ଓ ୩ଟି ଅଣ୍ଡିଆର ଚିତା ଥିଲେ ।