ଭୁବନେଶ୍ୱର- ଆଜି ପ୍ରଶ୍ନକାଳରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ରାଜ୍ୟ ସରକାର ଏବଂ ଖଣି ବିଭାଗ ରାଜ୍ୟରେ ହେଉଥିିବା ବେଆଇନ ଖଣି ଉତ୍ତୋଳନ ଓ ଦୁର୍ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି । ବିଶେଷକରି ରାଜ୍ୟରେ ଖଣି କ୍ଷେତ୍ରରେ ଗ୍ରେଡ ପରିଚାଳନାରେ ଦୁର୍ନୀତି ଏବଂ ରାଜସ୍ବ କ୍ଷତି ପହଞ୍ଚାଇବାରେ ପୂର୍ଣ୍ଣଛେଦ ପଡ଼ି ସାରିଛି । ଯଦି ଏପରି ଘଟଣା ସାମ୍ନାକୁ ଆସେ, ତାହେଲେ ସରକାର ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେହିପରି ରାଜ୍ୟରେ ମୋଟ ୩୫୫୭ଟି ଲଘୁ ଖଣିଜ ସଂପଦ ଉତ୍ସ ରହିଛି । ତନ୍ମଧ୍ୟରୁ ଏଯାବତ୍ ୨୧୦୭ଟି ଉତ୍ସ ଖଣି ବିଭାଗ ଅଧୀନକୁ ଆସିଛି । ସମସ୍ତ ଉତ୍ସ ବିଭାଗ ଅଧୀନକୁ ଆସିବା ପରେ ଏଥିରେ ଆହୁରି ସ୍ବଚ୍ଛତା ଆସିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ବେଆଇନ ଖଣି କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆଜି ଏନେଇ ଗୃହକୁ ଆଶ୍ଵାସନା ଦେଇଛନ୍ତି ଖଣି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ବେଆଇନ ଖଣି କାରବାରକୁ ରୋକିବା ପାଇଁ ଜିଲ୍ଲାରୁ ତହସିଲ ଯାଏଁ ଟାସ୍କଫୋର୍ସ ଗଠନ କରାଯିବାର ପ୍ରସ୍ତାବ ରହିଛି । ବେଆଇନ ଖଣି ଉତ୍ତୋଳନକୁ ରୋକିବା ପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ( ଓଆଇଏସଏଫ) ନିୟୋଜିତ କରିବାକୁ ସରକାର ବିଚାର କରୁଛନ୍ତି ।
ମୂଳ ପ୍ରଶ୍ନ କର୍ତ୍ତା ଉପାସନା ମହାପାତ୍ର କୋଇଲା ଏବଂ ମାଙ୍ଗାନିଜ ଖଣି ନିଲାମ ଓ ଉତ୍ତୋଳନ ବିଷୟରେ ତଥ୍ୟ ମାଗିଥିଲେ। ଏହାସହ କଂଗ୍ରେସ ବିଧାୟକ ରାଜନ୍ ଏକ୍କା ଖଣିର ଗ୍ରେଡିଙ୍ଗ ଜାଲିଆତି ହେଉଥିବାର ଅଭିଯୋଗ କରିଥିଲେ। କମ୍ ଦûcରେ ଗ୍ରେଡିଙ୍ଗ ହୋଇ ଅଧିକ ଦାମରେ ବିକ୍ରି କରାଯାଉଛି। ଏଥିପାଇଁ ରାଜସ୍ବ କ୍ଷତି ହେଉଥିବାର ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ IBF (indian Bureau of Mines)ର ତଥ୍ୟ ସହ ମାଙ୍ଗାନିଜ ଖଣି ଉତ୍ତୋଳନରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ।
GPS, ସାଟେ ଲାଇଟର ବ୍ୟବସ୍ଥା ଥିଲେ ବି ବେଆଇନ୍ ଖଣି କାରବାର କିପରି ହେଉଛି ବୋଲି ଉଦବେଗ ପ୍ରକାଶ କରିଥିଲେ ସୋଫିଆ।