୧୭୮୫ଟି ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୧୭୮୫ଟି ଆକ୍ଟ ଆପ୍ରେଣ୍ଟିସ୍ ପଦ ପୂରଣ ପାଇଁ ରେଲୱେ ଭର୍ତ୍ତି ସେଲ (ଆରଆରସି), ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୨୮ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୭ ତାରିଖରେ ସମାପ୍ତ ହେବ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇର୍ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ, ଯାହାକି ଅଣଫେରସ୍ତ ଯୋଗ୍ୟ ଅଟେ । ଏସଟି, ଏସଟି, ପିଡବ୍ଲ୍ୟୁଡି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ୍ ଅନଲାଇନ୍ ମୋଡ଼ରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୁପିଆଇ, ଇ-ୱାଲେଟ୍ ମାଧ୍ୟମରେ ଗ୍ରହଣ କରାଯିବ । ୨୦୨୫ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୫ରୁ ୨୪ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀ ମାଟ୍ରିକ ପାସ୍ ସହ ଏନସିଭିଟି / ଏସସିଭିଟି ଦ୍ୱାରା ଆଇଟିଆଇ ପାସ୍ କରିଥିବା ଆବଶ୍ୟକ ।

ଆବେଦନ ଲିଙ୍କ: https://iroams.com/RRCSER24/applicationIndex

ନୋଟିଫିକେସନ ଲିଙ୍କ: https://www.rrcser.co.in/pdf/Notification%20against%20Act%20Apprentices%202024-25%20SER.pdf