ଭୁବନେଶ୍ବର: ଓଡିଆରେ ନାମଫଳକ ଲେଖୁନଥିଲେ ସାବଧାନ । ମୋଟା ଅଙ୍କର ଦେବେ ଜରିମାନା । ଏଣିକି ଦୋକାନ ଆଗରେ ଓଡିଆରେ ରହିବ ନାମଫଳକ । ସ୍ପଷ୍ଟ ଭାବେ ଓଡିଆରେ ନାମଫଳକ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଓଡିଶା ଦୋକାନ ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ଅଧିନିୟମ 1956 ଅନୁସାରେ ବାଧ୍ୟତାମୂଳକ କରାଯାଇଛି । ନିୟମ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ଜରିମାନା ପାଇଁ ମଧ୍ୟ ଘୋଷଣା କରାଯାଇଛି । ପ୍ରଥମ ଥର ନିୟମ ଉଲଂଘନ କଲେ 5 ହଜାର ଟଙ୍କା ଜରିମାନା ଦେବାକୁ ହେବ । ସେହିପରି ଦ୍ବିତୀୟ ଥର ନିୟମ ଖିଲାପ କଲେ 25 ହାଜର ଟଙ୍କା ଜରିମାନା ହିସାବରେ ଦେବାକୁ ହେବ । ଗତ କିଛି ଦିନ ପୂର୍ବରୁ ଏନେଇ ଘୋଷଣା କରାଯାଇଥିଲେ ହେଁ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହାକୁ ଅମାନ୍ୟ କଲେ ଜରିମାନା ଘୋଷଣା କରାଯାଇଛି ।