ଗୌତମ ଆଦାନୀଙ୍କ ବିରୋଧରେ ଜାରି ୱାରେଣ୍ଟ ଉପରେ ଭାରତ ସରକାରଙ୍କ ବିବୃତ୍ତି, ଜାଣନ୍ତୁ କ’ଣ କହିଲେ ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଆମେରିକୀୟ କୋର୍ଟ ନିକଟରେ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ଗୌତମଙ୍କ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜୀ ଉପରେ ଆମେରିକୀୟ କୋର୍ଟ ଲାଞ୍ଚ ଅଭିଯୋଗ କରିଥିଲା । ଏହି ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ ସାମ୍ନାକୁ ଆସିଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଏହା ବେସରକାରୀ ସଂସ୍ଥା, ବ୍ୟକ୍ତିବିଶେଷ ଏବଂ ନ୍ୟାୟ ବିଭାଗ ସହ ଜଡ଼ିତ ଏକ ଆଇନଗତ ମାମଲା । ଏହି ପରିପ୍ରେକ୍ଷୀରେ ସ୍ଥାପିତ ପ୍ରକ୍ରିୟା ଏବଂ ଆଇନଗତ ଉପାୟ ରହିଛି । ଏହି ଆଇନଗତ ପ୍ରକ୍ର୍ରିୟା ପାଳନ କରାଯିବ ବୋଲି ଆମର ବିଶ୍ୱାସ ରହିଛି । ଏ ବିଷୟରେ ଭାରତ ସରକାରଙ୍କୁ ପୂର୍ବରୁ ସୂଚନା ଦିଆଯାଇନଥିଲା । ସମନ କିମ୍ବା ଆଇନଗତ ୱାରେଣ୍ଟର କାର୍ଯ୍ୟକାରିତା ପାଇଁ କୌଣସି ବୈଦେଶିକ ସରକାରଙ୍କ ତରଫରୁ କରାଯାଇଥିବା ଅନୁରୋଧ ପାରସ୍ପରିକ ଆଇନଗତ ସହାୟତାର ଅଂଶବିଶେଷ ଅଟେ । ଏଭଳି ଅନୁରୋଧଗୁଡ଼ିକ ଯୋଗ୍ୟତା ଆଧାରରେ ଯାଞ୍ଚ କରାଯାଇଥାଏ । ବର୍ତ୍ତମାନ ଆଦାନୀ ମାମଲାରେ ଆମେରିକା ତରଫରୁ କୌଣସି ଅନୁରୋଧ ପ୍ରାପ୍ତ ହୋଇନାହିଁ ।’
#WATCH | Delhi: On the Adani indictment issue, MEA Spokesperson Randhir Jaiswal says, “This is a legal matter involving private firms and individuals and the US Department of Justice. There are established procedures and legal avenues in such cases which we believe would be… pic.twitter.com/w8CCLqU660
— ANI (@ANI) November 29, 2024