ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ପାମ୍ କଲ୍ ଏବଂ ମେସେଜ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ଲୋକଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ପାଲଟିଛି । ଲୋକେ ଏଥିରୁ ମୁକ୍ତି ପାଇବାକୁ ଉପାୟ ଖୋଜୁଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଙ୍ଗ ଏଥିରୁ ରକ୍ଷା କରିଦେବ ବୋଲି ୟୁଜର ଆଶା ରଖିଛନ୍ତି । କିନ୍ତୁ ଏ ନେଇ ଉପାୟ ଖୋଜି ବାହାର କରିଛି ରିଲାଏନ୍ସ ଜିଓ । ଖୁବ ସହଜରେ ସ୍ପାମ କଲ୍ ଏବଂ ମେସେଜକୁ ବ୍ଲକ କରିବା ପାଇଁ ସୁବିଧା ଯୋଗାଉଛି ଏହି ଟେଲିକମ୍ କମ୍ପାନୀ । କିଛିଟା ସେଟିଙ୍ଗ ବଦଳାଇ ଏହି ଟେସନସନରୁ ମୁକ୍ତି ପାଇପାରିବେ ୟୁଜର ।
ଯଦି ଆପଣ ଜିଓ ନେଟୱର୍କ ବ୍ୟବହାର କରୁଛନ୍ତି, ତେବେ ମାଇଁ ଜିଓ ଆପ୍ ରେ ଏହି ସେଟିଙ୍ଗ କରିପାରିବେ । ଏହି ଆପ୍ ରେ ଗୋଟିଏ କ୍ଲିକରେ ହିଁ ସ୍ପାମ କଲ୍ ଏବଂ ମେସେଜକୁ ବ୍ଲକ କରିପାରିବେ ୟୁଜର । ଏଥିରୁ ମୁକ୍ତି ପାଇବା ପାଇଁ ନିମ୍ନଲିଖିତ ଷ୍ଟେପ୍ସ ଫଲୋ କରିପାରିବେ ଜିଓ ୟୁଜର:
- ପ୍ରଥମେ My Jio ଆପ୍ ଓପନ୍ କରନ୍ତୁ
- ଏଥିରେ ‘More’ ଅପ୍ସନ ରହିବ, ଏଥିରେ କ୍ଲିକ କରନ୍ତୁ
- ଏହାପରେ ସ୍କ୍ରିନରେ ଏକ ‘Do Not Disturb’ ଅପ୍ସନ ପାଇପାରିବେ ୟୁଜର
- ଏହି ଅପ୍ସନକୁ କ୍ଲିକ କରିବା ପରେ ଫୁଲ୍ ବ୍ଲକ ଏବଂ ପ୍ରମୋସନାଲ କମ୍ୟୁନିକେସନ ବ୍ଲକିଂ ଅପ୍ସନ ମିଳିବ ।
- ଏଠାରେ ନିଜ ଇଚ୍ଛା/ସୁବିଧା ଅନୁସାରେ ଯେ କୌଣସି ଅପ୍ସନ ଚୟନ କରିପାରିବେ ।