ନୂଆଦିଲ୍ଲୀ: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 7 ଆତଙ୍କୀ । ମୁଲୁଗ ଜିଲ୍ଲା ଏଟୁରୁନଗରମରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ପୋଲିସକୁ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏନେଇ ମୁଲୁଗୁ ଜିଲ୍ଲାର ପୋଲିସ ସୁପରିଟେଣ୍ଡେଣ୍ଟ ଡ.ସବରିସ ସୂଚନା ଦେଇଛନ୍ତି । ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଆତଙ୍କୀକୁ ଟାଳିବାରେ ସଫଳ ହୋଇପାରିଛି ।
ନିହତ ହୋଇଥିବା 7 ଜଣ ମାଓବାଦୀଙ୍କ ମଧ୍ୟରୁ 4 ଜଣ କେରେନ ମାଓବାଦୀ ରହିଛନ୍ତି । ବିଶେଷ କଥା ହେଉଛି ଏନକାଉଣ୍ଟରରେ ୟେଲାଣ୍ଡୁ ନରସମ ପେଟ୍ ଏରିଆ କମାଣ୍ଡର ନିହତ ହୋଇଥିବା ଖବର ରହିଛି । ସୂଚନା ଅନୁସାରେ, ମୁଲୁଗୁ ଜିଲ୍ଲାଟି ବିଜାପୁର ଜିଲ୍ଲାକୁ ଲାଗି ରହିଛି । ବିଜାପୁରରୁ ମାଓବାଦୀମାନେ ତେଲେଙ୍ଗାନା ଯାଇ ସେଠାରେ ସଙ୍ଗଠନକୁ ଦୃଢ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ତେବେ ଏନେଇ କୌଣସି କାରଣବଶତଃ ପୋଲିସ ଖବର ପାଇଥିଲା । ଏହାପରେ ମାଏବାଦୀ ଏବଂ ସରୁକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ମାଓ ସଂଗଠନ ଅଧାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ଏନକାଉଣ୍ଚର ପରେ ପୋଲିସ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ବିପୁଳ ମାତ୍ରାରେ ମାଓ ଅସ୍ତ୍ରଶସ୍ତ୍ର ଜବତ ହେବା ସହିତ ଏକେ 47 ମଧ୍ୟ ଜବତ ହୋଇଥିବା ସୂଚନା ରହିଛି ।