Video- ବିବାଦ ଏମିତି ଘନେଇଲା ଯେ, ଜଣେ ମହିଳା ଅନ୍ୟ ଜଣଙ୍କୁ କରିଦେଲେ ବିବସ୍ତ୍ର…

ଫତେପୁର- ବସ୍ତ୍ରହରଣ କଥା ଉଠିଲେ କୁରୁସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବା କଥା କୁହାଯାଏ । ହେଲେ ଏହି କଳିଯୁଗରେ ମହିଳା ସାଜିଛନ୍ତି ଦୁଃଶାସନ ଓ ଅନ୍ୟଜଣେ ମହିଳାଙ୍କ କରୁଛନ୍ତି ବସ୍ତ୍ର ହରଣ । ଗାଁରେ ସର୍ବ ସମ୍ମୁଖରେ ଜଣେ ମହିଳାଙ୍କ ଲୁଗା ଟାଣି ତାଙ୍କୁ ବିବସ୍ତ୍ର କରିବାକୁ ଉଦ୍ୟମ କରୁଥିବା ବେଳେ ସେହି ମହିଳା ନିଜ ଇଜ୍ଜତ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶର ଫତେପୁର, ଥରିୟାମ୍ବ ଅଞ୍ଚଳର ହୋଇଥିବା ଜଣା ପଡିଛି । କୌଣସି ବିବାଦକୁ ନେଇ ଗାଁର କିଛି ଲୋକ ମୁହାଁମୁହିଁ ହୋଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ମଧ୍ୟ ଥିଲେ । ଏଥିରେ ନାଲି ରଙ୍ଗର ଲୁଗା ପିନ୍ଧିଥିବା ମହିଳାଙ୍କୁ କିଛି ଲୋକ ଟଣାଓଟରା ଓ ମାଡ ମାରୁଥିବା ବେଳେ ନାରଙ୍ଗୀ ରଙ୍ଗର ଶାଢୀ ପିନ୍ଧିଥିବା ମହିଳା ତାଙ୍କ ଲୁଗାର କାନି ଧରି ତାଙ୍କୁ ସମସ୍ତଙ୍କ ଆଗରୁ ନିଃବସ୍ତ୍ର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ।

ଅର୍ଦ୍ଧନଗ୍ନ ଅବସ୍ଥାକୁ ଆସିଥିବା ମହିଳା ନିଜ ଇଜ୍ଜତ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଦୁଇ ଜଣଙ୍କ ଭିତରେ ଟଣାଓଟରା ଚାଲିଥିବା ବେଳେ ଅନ୍ୟମାନେ ଆସି ମହିଳାଙ୍କ ଇଜ୍ଜତ ବଞ୍ଚାଇଛନ୍ତି ସେହି ନାରଙ୍ଗୀ ଶାଢୀରେ ଥିବା ମହିଳାଙ୍କ କୋପରୁ । ତଥାପି ଥମିନଥିଲା ବିବାଦ । ଏବେ ଏହି ଭିଡିଓ ଭାଇରାଲ ହେଉଛି । ଘଟଣା ଘଟିବା ପରେ ସମ୍ପୃକ୍ତ ପୀଡିତା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବହୁ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଜଣେ ମହିଳାଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କରି ତାଙ୍କ ଇଜ୍ଜତ ଅନ୍ୟ ଜଣେ ମହିଳା ନେବା ଘଟଣା ସମସ୍ତ ମହିଳାଙ୍କୁ ଲଜ୍ଜିତ କରିଛି । ସେପଟେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ୟୁଜର୍ସ ନାନା ଟିପଣୀ ଦେଉଛନ୍ତି । ୟୁପି ବିହାରରୁ ଅପରାଧରେ ଆଗକୁ ବଢିଯାଇଥିବା କହୁଛନ୍ତି । ଲୋକଙ୍କ ରାଗ ସରକାର ଓ ପୋଲିସ ଉପରେ ବର୍ଷୁଛି ।