Breaking: ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣିବା ପରେ କୋର୍ଟ ପରିସରରୁ ଚମ୍ପଟ ମାରିଲେ ୨ ଦୋଷୀ, ଖୋଜାଖୋଜିରେ ଲାଗିପଡ଼ିଛି ନବରଙ୍ଗପୁର ପୋଲିସ
ନବରଙ୍ଗପୁର: କୋର୍ଟ ପରିସରରୁ ୨ ଦୋଷୀ ଫେରାର୍ ହୋଇଛନ୍ତି । ବିଚାରପତିଙ୍କ ଦଣ୍ଡାଦେଶ ପରେ ଦୋଷୀ ଦୁଇଜଣ ଚମ୍ପଟ ମାରିଥିବା କୁହାଯାଉଛି । ନବରଙ୍ଗପୁର ସିଜେଏମ୍ କୋର୍ଟ ପରିସରରେ ଏହି ଘଟଣା ଘଟିଥିବା ସୂଚନା । ଏଟିଏମ୍ ଲୁଟ୍ ଘଟଣାରେ ଜାମିନ ପାଇଥିଲେ । ଶୁଣାଣି ପାଇଁ କୋର୍ଟ ଆସିଥିବାବେଳେ ଜଜ୍ ତାଙ୍କୁ ଦୋଷୀ ପ୍ରମାଣିତ କରିଥିଲେ । କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇବା ପରେ ୨ ଦୋଷୀ ଚମ୍ପଟ ମାରିଥିଲେ । ଗତ ଜାନୁୟାରୀରେ ବ୍ଲକ୍ ସାମ୍ନା ଏସବିଆଇ ଏଟିଏମରୁ ଟଙ୍କା ଲୁଟ୍ କରିଥିଲେ । ଫେରାର୍ ଦୁଇ ଦୋଷୀ ହରିୟାଣାର । ନବରଙ୍ଗପୁର ପୋଲିସ ଦୋଷୀଙ୍କୁ ଖୋଜିବା ଆରମ୍ଭ କରିଦେଇଛି ।