Alert: ଏହି ୩୩ଟି ସ୍ମାର୍ଟଫୋନରେ ସପୋର୍ଟ କରିବନି WhatsApp, କମ୍ପାନୀ ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ପ୍ରାଧାନ ବହୁଳ ଭାବେ ବଢ଼ି ଚାଲିଥିବା ବେଳେ ମେସେଜିଂ ଆପ୍ ହ୍ୱାଟସଆପ୍ ଲୋକଙ୍କର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି କହିଲେ ଚଳେ । ତେବେ ଆପଣମାନେ ଯଦି ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି, ତେବେ ଏନେଇ ଆସିଛି ଏକ ଜରୁରୀ ଖବର । ଖୁବଶୀଘ୍ର ଅନେକ ସ୍ମାର୍ଟଫୋନରେ ଏହି ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ବନ୍ଦ ହେବାକୁ ଯାଉଛି । ଏପରି ୩୩ଟି ସ୍ମାର୍ଟଫୋନରେ ହ୍ୱାଟସଆପ୍ ସପୋର୍ଟ କରିବ ନାହିଁ । କମ୍ପାନୀ ପକ୍ଷରୁ ଏହି ସମସ୍ତ ସ୍ମାର୍ଟଫୋନର ଲିଷ୍ଟ ଜାରି କରାଯାଇଛି । ଆପଣଙ୍କର ସ୍ମାର୍ଟଫୋନ୍ ଏହି ଲିଷ୍ଟରେ ଥାଇପାରେ, ତେଣୁ ଆପଣମାନେ ତଳେ ଦିଆଯାଇଥିବା ଲିଷ୍ଟକୁ ଯାଇ ଥରେ ଚେକ୍ କରିନିଅନ୍ତୁ ।

ହ୍ୱାଟସଆପ୍ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ନୂଆ ବର୍ଷରୁ କିଛି ଫୋନରେ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇଯିବ । ଆସନ୍ତା ବର୍ଷ ମେ ମାସ ୫ ତାରିଖରୁ ଏପରି ଅନେକ ସ୍ମାର୍ଟଫୋନରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ । ତେଣୁ ଏହି ସବୁ ଫୋନ ଉପଭୋକ୍ତା ବଡ଼ ସମସ୍ୟାରେ ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ କମ୍ପାନୀ ପକ୍ଷରୁ ଆପ୍ ବ୍ୟବହାରକାରୀଙ୍କ ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯିବା ସହ ନିଜ ନିଜର ଡିଭାଇସକୁ ଅପଡେଟ୍ କରିବାକୁ ଓ କୌଣସି ନୂଆ ଫୋନ୍ କିଣଇବାକୁ ପରାମର୍ଶ ଦିଆଯାଇଛି ।