ବିଜେଡି ସରକାରବେଳେ ଠିକାଦାର ମଲେଇ ଖାଇ ପଳେଇଛନ୍ତି….. ପାନୀୟ ଜଳ ପ୍ରକଳ୍ପରେ ବିଳମ୍ବ, ବିଧାୟକଙ୍କ ପରାଜୟର କାରଣ

ଭୁବନେଶ୍ୱର: ଚୌଦ୍ୱାରା ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କୀତ ମୂଳ ପ୍ରଶ୍ନର ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ। କହିଛନ୍ତି, ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮% ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ନିର୍ମାଣ ହୋଇନି। ଯେଉଁ କାରଣରୁ କାମ ବିଳମ୍ବ ହେଉଛି। ପୂର୍ବ ସରକାରର ଭଲ ସଂଶୋଧକ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା। ବିରୋଧୀ ଦଳ ବିଧାୟକ ବଦ୍ରି ନାୟାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନକାଳରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାନୀୟଜଳ କଷ୍ଟ ଆକ୍ରୋଶର ଶିକାର ହୋଇ ଚଳିତ ନିର୍ବାଚନରେ ପରାଜୟ ବରଣ କରିଛନ୍ତି ବିଧାୟକ। ସେ ନିଜେ ଏହା ଚଳିତ ନିର୍ବାଚନରେ ଅନୁଭବ କରିଥିବା କହିଛନ୍ତି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ଭୋଟ୍ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ପ୍ରମୁଖ କାରଣ। ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ। ତାହା ହୋଇ ନ ଥିଲା ।