ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ କଉଡ଼ିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ କରାଯାଇଛି । କଉଡ଼ିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପୂଜାର୍ଚ୍ଚନା କରାଯାଏ । କଉଡ଼ି ରଖାଯାଉଥିବା ସ୍ଥାନରେ ନକାରାତ୍ମକ ଉର୍ଜ୍ଜା ଦୂରେଇଥାଏ । ସାଧାରଣତଃ ଲୋକମାନେ କଉଡ଼ିକୁ ଅଳଙ୍କାର ଭାବେ ଧାରଣ କରିବାକୁ ପସନ୍ଦ କରିଥାନ୍ତି । ସବୁବେଳେ ପ୍ରାକୃତିକ କଉଡ଼ି ଧାରଣ କରାଯାଇଥାଏ । ଚାନ୍ଦି କିମ୍ବା କୃତ୍ରିମ କଉଡ଼ି ଧାରଣ କଲେ ଏହା ଫଳପ୍ରଦ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କଉଡ଼ିକୁ ହାତରେ ଧାରଣ କଲେ କ’ଣ ସବୁ ଫାଇଦା ମିିଳିଥାଏ ।
୧. ହାତରେ କଉଡ଼ି ଧାରଣ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟୋଦୟ ହୁଏ । ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତିତ ହୋଇଥାଏ । ପ୍ରଗତିର ମାର୍ଗ ଫିଟିଥାଏ ।
୨. ମାନସିକ ଚିନ୍ତାଗ୍ରସ୍ତ ଥିଲେ ହାତରେ କଉଡ଼ି ଧାରଣ କରିବା ଶୁଭ ଅଟେ । ଏହା କୁଦୃଷ୍ଟିରୁ ରକ୍ଷା କରିଥାଏ ।
୩. ହାତରେ କଉଡ଼ି ବ୍ରେସଲେଟ୍ ଇତ୍ୟାଦି ଧାରଣ କଲେ ଆର୍ଥିକ ସଂକଟ ଦୂରେଇ ଥାଏ । ଏଭଳି କଲେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିବା ସହ ପରବର୍ତ୍ତୀ ସମୟରେ ଜୀବନରେ ଆର୍ଥିକ ସ୍ଥିରତା ଦେଖାଯାଇଥାଏ ।
୪. ଅନେକ ପ୍ରଚେଷ୍ଟା ସତ୍ତ୍ୱେ ସଫଳତା ମିଳିବାରେ ବିଳମ୍ବ ହେଉଥିଲେ ଏକ ହଳଦିଆ ରଂଗ କପଡ଼ାରେ କିଛି କଉଡ଼ି ବାନ୍ଧି ହାତରେ ଧାରଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶୀଘ୍ର ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛି ।