ଭୁବନେଶ୍ବର: ଗୋ ହତ୍ୟା ରୋକିବା ପାଇଁ ଆସିବ ନୂଆ ଆଇନ । ଓଡିଶାରେ ବନ୍ଦ ହେବ ଗୋହତ୍ୟା । ଆସାମ ପରି ଓଡିଶାରେ ଗୋ ହତ୍ୟା ବନ୍ଦ ନେଇ ନୂଆ ଆଇନ ଆସିବ । ଗୋମାଂସ ଏବଂ ଗୋଚାଲାଣ ମଧ୍ୟ ବନ୍ଦ ହେବ କହିଲେ ଆଇନ ମନ୍ତ୍ରୀ । ସରକାର ଖୁବଶୀଘ୍ର କଡା ଆଇନ ସହିତ ବିଲ୍ ଆଣିବା ପାଇଁ ବିଚାର କରୁଛନ୍ତି । ଗୋଚାଲାଣ ଏବଂ ଗୋହତ୍ୟା ଉପରେ ରୋକ୍ ନେଇ ଆଭିମୁଖ୍ୟ ସ୍ପଷ୍ଟ ହେବା ନେଇ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୋ ହତ୍ୟା ନେଇ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଆଇନ ମନ୍ତ୍ରୀଙ୍କ ଉକ୍ତିକୁ ବିରୋଧ କରିଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ । ବିଜେପିକୁ କଟାକ୍ଷ କରି କହିଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣକୁ ବନ୍ଦ କରାଯାଉ । ବିଦେଶକୁ ଅଧିକ ଗୋମାଂସ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ଯାଉଛି । ସେଠାରେ ଫ୍ୟାକ୍ଟ୍ରି ମଧ୍ୟ କରାଯାଇଛି । ସେଥିରେ କେଉଁମାନଙ୍କର ସଂପୃକ୍ତି ରହିଛି ପ୍ରଥମେ ଜାଣିବାକୁ ଚେଷ୍ଟା କରାଯାଉ । ପ୍ରଥମେ ବିଦେଶକୁ ଗୋଚାଲାଣ ବନ୍ଦ ହେବାର ଆବଶ୍ୟକତା ରହିଛି । ସେହିପରି ବିଜେଡି ଶାସିତ ଦଳକୁ ଟାର୍ଗେଟ କରିଛି । କେଉଁ ଦଳର ଲୋକ ଚାଲାଣ କରୁଛନ୍ତି ତାହା ଚିହ୍ନଟ କରାଯାଉ ବୋଲି ମନ୍ତ୍ରୀ କହିଛନ୍ତି ।