ଭୋପାଳ: ଆଜିର ସମୟରେ ସୋସିଆଲ ମିଡିଆ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି । ଅଧିକାଂଶ ସମୟ ଲୋକମାନେ ସୋସିଆଲ ମିଡିଆରେ ବିତାଉଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆକୁ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ଆଜି ଲୋକମାନେ ସମୟ ଅତିବାହିତ କରିବାକୁ ଏହାକୁ ବ୍ୟବହାର କରୁଛନ୍ତି। ନିକଟରେ ଭୋପାଳର ବେରାସିଆର ଏକ ଭିଡିଓ ସେୟାର ହୋଇଥିଲା। ଏହା ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଇଥିଲେ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି । ଭିଡିଓ ଦେଖିବା ପରେ ଆପଣ ନହସି ରହି ପାରିବେ ନାହିଁ । ବାସ୍ତବରେ ଜଣେ ବ୍ୟକ୍ତି ଗଛରେ ଚଢ଼ି ଏକ କରତରେ ଡାଳ କାଟୁଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ସେହି ଡ଼ାଳକୁ କାଟୁଥିଲେ, ଯେଉଁଥିରେ ସେ ଏକ କରତ ଧରି ଠିଆ ହୋଇଥିଲେ। ସେ ବୋଧହୁଏ ବୁଝି ପାରିନଥିଲେ ଯେ ଡାଳି କାଟିବା ମାତ୍ରେ ଏହା ମଧ୍ୟ ଖସିଯିବ । ଆଉ ଶେଷରେ ଏମିତି କିଛି ଘଟିଲା । ଡାଳ କାଟିବା ମାତ୍ରେ ବ୍ୟକ୍ତି ଜଣକ ତଳକୁ ଖସି ପଡ଼ିଥିଲେ।
मिल गया है कलयुग का कालिदास…!
100 वर्षों से चली आ रही कहावत 2024 में जाकर हुई सार्थक…!!
हे प्रभु, हे हरि राम, हे जगन्नाथम ये क्या हुआ…😅
#Pushpa2 pic.twitter.com/7YHA2QFbQp— रमेश मीना (@MeenaRamesh91) December 5, 2024
ଏହି ଭିଡିଓ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହାକୁ କଳିଯୁଗର କାଳିଦାସ ବୋଲି ବର୍ଣ୍ଣନା କରିଥିଲେ। ବ୍ୟକ୍ତି ଜଣକ ଡାଳ କାଟିବା ମାତ୍ରେ ସେ ଏହା ସହିତ ତଳକୁ ଖସି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ନେଇ ଅନେକ କମେଣ୍ଟ ଆସିସାରିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସେ ଉତ୍ସାହରେ ଚେତା ହରାଇଥିଲେ। ଏଥିସହିତ ଏ ହେଉଛନ୍ତି କାଳିଦାସ ବୋଲି ଜଣେ ମନ୍ତବ୍ୟ ଦେଇଛନ୍ତି।