(Video): ଢାକାରେ ଭାରତ ବିରୋଧୀ ପ୍ରଦର୍ଶନ, BNP ନେତା ଜାଳିଲେ ପତ୍ନୀଙ୍କ ଶାଢ଼ି

ଢାକା: ବାଂଲାଦେଶରେ ଥମିବାର ନାଁ ଧରୁନି ହିଂସା । ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ମାମଲା ମଧ୍ୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(BNP )ର ବରିଷ୍ଠ ଯୁଗ୍ମ ମହାସଚିବ ରୁହୁଲ କବୀର ରିଜଭିଙ୍କ ଭାରତ ବିରୋଧୀ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଦେଖାଦେଇଛି । ଭାରତରୁ ଆସୁଥିବା ଉତ୍ପାଦକୁ ସେ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ମିଡିଆ ରିପୋର୍ଟରୁ ପ୍ରକାଶ ତ୍ରିପୁରାରେ ବାଂଲାଦେଶ ଉଚ୍ଚ ଆୟୋଗରେ ଭଙ୍ଗାରୁଜା ଏବଂ ବାଂଲାଦେଶ ପତାକାକୁ ଅପମାନ କରିବା ବିରୋଧରେ BNP ର ବରିଷ୍ଠ ଯୁଗ୍ମ ମହାସଚିବ ରୁହୁଲ କବୀର ରିଜଭି ଢାକାରେ ଭାରତ ବିରୋଧୀ ପ୍ରଦର୍ଶନ କରିଥିଲେ । ସେ କହିଛନ୍ତି, ‘ଯେଉଁ ଲୋକମାନେ ଆମ ଜାତୀୟ ପତାକାର ଅପମାନ କରିଛନ୍ତି ସେମାନଙ୍କ ଜିନିଷ କିଣି ସମର୍ଥନ ଜଣାଇବୁ ନାହିଁ । ଆମ ମାଆ- ଭଉଣୀମାନେ ଶାଢ଼ି ପିନ୍ଧିବେ ନାହିଁ ।’ ଏହା କହି ସେ ସାର୍ବଜନିକ ଭାବରେ ଭାରତୀୟ ଶାଢ଼ି ଜଳାଇ ଲୋକଙ୍କୁ ଭାରତୀୟ ଉତ୍ପାଦ ବହିଷ୍କାର କରିବାକୁ ଅପିଲ କରିଥିଲେ ।