ନୂଆଦିଲ୍ଲୀ: ପରିବା ଓ ଫଳ ଭିତରେ ପ୍ରଭେଦ ସମସ୍ତଙ୍କୁ ଜଣା । ଆଉ ଅତି ସହଜ ମଧ୍ୟ କିନ୍ତୁ ଉଦ୍ଭିଦ ବିଜ୍ଞାନ ଅନୁସାରେ ଦୁନିଆରେ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ପରିବା ଭାବେ ଆମେ ଜାଣୁ କିନ୍ତୁ ସତରେ ସେଗୁଡ଼ିକ ପରିବା ନୁହେଁ ବରଂ ଫଳ । ବୋଟାନୀ ଅନୁସାରେ ଫ୍ରୁଟ୍ ବା ଫଳ ଫୁଲରୁ ସୃଷ୍ଟି । ଏହା ଦେହରେ ମଞ୍ଜି ଥାଏ । ସେହିପରି ପରିବା ଗଛର ଚେର, ପତ୍ର ଏବଂ କାଣ୍ଡରୁ ବାହାରିଥାଏ । ଚାଲନ୍ତୁ ଜାଣିବା ୮ ପ୍ରକାର ପରିବା ବିଷୟରେ ଯାହା ପ୍ରକୃତରେ ଫଳ ।
ଟମାଟୋ, ଫ୍ରୁଟ୍ ମିଷ୍ଟେକ୍ର ଏକ ଉଦାହରଣ । କାରଣ ଟମାଟୋ ଗଛର ଫୁଲରୁ ଏହା ଜାତ । ଟମାଟୋ ଭିତରେ ବହୁତଗୁଡ଼ିଏ ମଞ୍ଜିବି ରହିଥାଏ । ବୈଜ୍ଞାନିକ ମତରେ ଏହା ଏକ ଫଳ ହୋଇଥିଲେ ମଧ୍ୟ ଟମାଟୋକୁ ଆମେ ପରିବା ଆକାରରେ ବ୍ୟବହାର କରୁଛୁ । ସେହିପରି କ୍ୟାପସିକମ ବା କଶ୍ମିର ଲଙ୍କା, ନାଲି, ହଳଦିଆ ଏବଂ ସବୁଜ ରଙ୍ଗରେ ଏହା ବଜାରରେ ଉପଲବ୍ଧ । ଅନ୍ୟ ଫଳମାନଙ୍କ ଭଳି କ୍ୟାପସିକମ୍ ମଧ୍ୟ ଫୁଲରୁ ହୋଇଥାଏ ଏବଂ ଏଥିରେ ପ୍ରଚୁର ପରିମାଣର ଛୋଟ ଛୋଟ ମଞ୍ଜି ମଧ୍ୟ ଦେଖିବାକୁ ମିଳେ । ବାଇଗଣ ମଧ୍ୟ ଫଳରେ ଆସୁଛି । ବାଇଗଣ ଗଛରେ ପ୍ରତମେ ଫୁଲ ଆସେ । ସେହି ଫୁଲରୁ ହିଁ ବାଇଗଣ ବାହାରିଥାଏ । କଖାରୁ ଫଳ ହୋଇଥିଲେ ସୁଦ୍ଧା ଏହାକୁ ଆମେ ପରିବା ଭାବେ ବ୍ୟବହାର କରୁଛେ । ଅନ୍ୟ ଫଳ ଭଳି କଖାରୁ ମଧ୍ୟ ଫୁଲରୁ ବାହାରେ । ବୋଟାନି ପାଠ୍ୟକ୍ରମ ଦୃଷ୍ଟିରୁ ଭେଣ୍ଡି ମଧ୍ୟ ଫଳ , ଏହାବ୍ୟତୀତ ମଟରଛୁଇଁ, ଅଲିଭ ଅଏଲ ଏବଂ କାକୁଡି ଫଉଲରୁ ଉତ୍ପାଦିତ ହେଉଥିବାବେଳେ ଏଗୁଡ଼ିକ ଫଳ । କିନ୍ତୁ ଆମେ ଫଳକୁ ପରିବା ଭାବେ ବ୍ୟବହାର କରୁଛୁ ।