ଭୁବନେଶ୍ୱର: ଦୁଇ ନିଯୋଗ ମଧ୍ୟରେ ବିବାଦ ଯୋଗୁ ଉପବାସରେ ଅଛନ୍ତି ଲିଙ୍ଗରାଜ ପ୍ରଭୁ । ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ଅଧିବାସ ପୂଜାକୁ ନେଇ ବିବାଦ ଆରମ୍ଭ ହୋଇଛି । ମତ ପାର୍ଥକ୍ୟ ପାଇଁ ବନ୍ଦ ରହିଛି ପ୍ରଭୁଙ୍କ ସମସ୍ତ ନୀତିକାନ୍ତି । ମଙ୍ଗଳ ଆଳତୀ ପରଠାରୁ ଠାକୁରଙ୍କ ସମସ୍ତ ନୀତି ବନ୍ଦ ରହିଛି । କିନ୍ତୁ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ଜାରି ରହିଛି । ଅବଢା ବିନା ଭକ୍ତ ନିରାଶ । ସମାନ ସ୍ତିତି ପାଞ୍ଚବର୍ଷପୂର୍ବେ ଦେଖାଯାଇଥିଲା ।