Breaking: ମଧ୍ୟାହ୍ଣ ଭୋଜନ ଖାଇ ୩୬ ପିଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ବାଲିଗୁଡ଼ା: ମଧ୍ୟାହ୍ଣ ଭୋଜନ ଖାଇ ୩୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଶନିବାର ସ୍କୁଲେ ମଧ୍ୟାହ୍ଣ ଭୋଜନ ଦିଆଯାଇଥିଲା । ଖାଦ୍ୟ ଖାଇବା ପରେ ହଠତ୍ କିଛି ପିଲା ଅସୁସ୍ଥ ହୋଇପଡ଼ିଥିଲେ । ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କାରଣ ଜଣାପଡ଼ି ନ ଥିବାବେଳେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।