ଓଡ଼ିଶା ଭାସ୍କର: ପ୍ରାଇଭେଟ ପାର୍ଟସ୍କୁ ସବୁନରେ ୱାଶ କରିବାରେ ଅନେକ ସମସ୍ୟା ହୋଇପାରେ। କାରଣ ସାବୁନରେ କିଛି ଏପରି ତତ୍ତ୍ୱ ରହିଛି, ଯାହା ଏହି ଗୁପ୍ତାଙ୍ଗକୁ ଖରାପ କରିପାରେ। ଏଥିପାଇଁ ଆପଣ ସାବୁନରେ ନିଜର ପ୍ରାଇଭେଟ୍ ପାର୍ଟକୁ ଭୁଲରେ ବି ସଫା କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଗୁପ୍ତାଙ୍ଗରେ ସାବୁନ ଲଗାଇଲେ କେଉଁ କ୍ଷତି ହୁଏ..
-ପ୍ରାଇଭେଟ ପାର୍ଟର ପିଏଚ ୩.୮ ରୁ ୪.୫ ମଧ୍ୟରେ ଥାଏ। ଏହାଠାରୁ ଅଧିକ ପିଏଚ ସାବୁନରେ ରହିଥାଏ। ଏହା ଗୁପ୍ତାଙ୍ଗକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏଥିରେ ସଂକ୍ରମଣର ବିପଦ ବଢିଯାଇଥାଏ।
-ସାବୁନରେ ଥିବା ରସାୟନ ଏବଂ ସୁଗନ୍ଧ ତତ୍ତ୍ୱ ପ୍ରାଇଭେଟ ପାର୍ଟସର କୋମଳ ତ୍ୱଚାକୁ ପୋଡା-ଜଳାର କାରଣ ହୋଇପାରେ। ଯାହା ଶୁଷ୍କ ହୋଇ କୁଣ୍ଡାଇ ହୋଇଥାଏ।
-ପ୍ରାଇଭେଟ ପାର୍ଟର ତ୍ୱଚା ଅଧିକ କୋମଳ, ସାବୁନ ଲଗାଇବା ଦ୍ୱାରା ଏହା ଅଧିକ କୋମଳ ହୋଇଥାଏ। ଯାହା ଦ୍ୱାରା କଷ୍ଟ ବା ଜଳାପୋଡା ସମସ୍ୟା ଉତ୍ପନ୍ନ ହୋଇଥାଏ।
-ସାବୁନର ଫେଣ ବେଳେ ବେଳେ ପ୍ରାଇଭେଟ ପାର୍ଟ ଭିତରେ ରହିଯାଇଥାଏ। ଯାହା ଦ୍ୱାରା ବ୍ୟାକ୍ଟେରିଆ ଏବଂ ଭୂତାଣୁ ସଂକ୍ରମଣ ହୋଇପାରେ।
-ସାବୁନରେ ଥିବା ରସାୟନିକ ତତ୍ତ୍ୱ ତ୍ୱଚାକୁ ଶୁଷ୍କ ରଖିପାରେ, ଯାହାଦ୍ୱାରା ତ୍ୱଚା ଡ୍ରାଏ ହୋଇଯାଏଥାଏ। ଏହା ତ୍ୱଚାରେ ଜଳାପୋଡା, କୁଣ୍ଡାଇ ହେବାର କାରଣ ହୋଇପାରେ।
-ସାବୁନର ଅତ୍ୟଧିକ ଉପଯୋଗ ବିଶେଷ ଭାବେ ଗନ୍ଧ ଏବଂ ଅନ୍ୟ ରସାୟନିକ ସହ ତ୍ୱଚାର ପ୍ରାକୃତିକ ସୁରକ୍ଷାକୁ ଦୁର୍ବଳ କରିପାରେ। ଯେଉଁଥିରେ ବ୍ୟାକ୍ଟେରିଆ ଏବଂ ଅନ୍ୟ ହାନିକାରକ ସୁଷ୍ମଜୀବଗୁଡିକ ବୃଦ୍ଧି ହୋଇପାରେ।