ଦୁଃଖ ଖବର: ଇଣ୍ଡିଆନ ମୋଟର ସ୍ପୋର୍ଟ୍ସ ଗଡଫାଦର ଇନ୍ଦୁ ଚାନ୍ଦୋକଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ଇଣ୍ଡିଆନ୍ ମୋଟର ସ୍ପୋର୍ଟ୍ସ ଗଡଫାଦର ଇନ୍ଦୁ ଚାନ୍ଦୋକ ଆଉ ନାହାନ୍ତି । ୯୩ ବର୍ଷ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ଭାରତକୁ ମୋଟର ସ୍ପୋର୍ଟ୍ସ ହବ କରାଇବାକୁ ଏକଦା ସ୍ୱପ୍ନ ଦେଖୁଥିବା ଏହି ମଣିଷଟି ଆଜି ସବୁଦିନ ପାଇଁ ନିରବୀ ଯାଇଛି । ଫେଡେରେସନ ଅଫ୍ ମୋଟର ସ୍ପୋର୍ଟ୍ସ କ୍ଲବ୍ ଅଫ୍ ଇଣ୍ଡିଆ (ଏଫଏମଏସସିଆଇ)ର ପ୍ରତିଷ୍ଠାତା ସଦସ୍ୟ ଇନ୍ଦୁଙ୍କର ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

୧୯୩୧ ମସିହା ଜୁଲାଇ ମାସ ୨୨ ତାରିଖରେ କୋଲକତାରେ ଇନ୍ଦୁ ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ଚେନ୍ନାଇକୁ ସ୍ଥାନାନ୍ତର ହୋଇଥିଲେ । ୧୯୫୩ରେ ପ୍ରତିଷ୍ଠା ହୋଇଥିବା ମାଡ୍ରାସ ମୋଟର ସ୍ପୋର୍ଟସ କ୍ଲବର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏଥିସହିତ ୧୯୭୧ ପ୍ରତିଷ୍ଠା ହୋଇଥିବା ଏଫଏମଏସସିଆଇର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ । ୧୯୭୮ରେ ସେ ଏମଏମଏସସିଆଇର ସଭାପତି ହୋଇଥିଲେ । ମୋଟର ସ୍ପୋର୍ଟ୍ସ ସହ ସେ ବିଗତ ୬୦ ବର୍ଷ ଧରି ଜଡ଼ିତ ରହିଥିଲେ । ସେଥିପାଇଁ ତାଙ୍କୁ ଗଡଫାଦର ଅଫ୍ ମୋଟର ସ୍ପୋର୍ଟସ ଇନ୍ ଇଣ୍ଡିଆ’ ବୋଲି କୁହାଯାଇଥାଏ ।