Breaking: ବଦଳି ନମାନିଲେ ଭୁଲିଯାଅ ଦରମା…. ଗାଦି ମାଡ଼ି ବସିଥିବା OASଙ୍କୁ ସରକାରଙ୍କ ତାଗିଦ୍

ଭୁବନେଶ୍ୱର: ଗାଦି ମାଡ଼ି ବସିଥିବା ଓଏଏସଙ୍କୁ ସରକାରଙ୍କ ଛାଟ । ବଦଳି ପରେ ନୂଆ କାର୍ଯ୍ୟରେ ଯୋଗ ନ ଦେଲେ ବନ୍ଦ ହୋଇଯିବ ଉକ୍ତ ଅଧିକାରୀଙ୍କ ଦରମା । ସମସ୍ତ ଜିଲାପାଙ୍କୁ ଚିଠି ଲେଖି ରାଜସ୍ୱ ବିଭାଗ ଦେଇଛି ନିର୍ଦ୍ଦେଶ । ବଦଳି ମାନୁ ନ ଥିବା ଅଧିକାରୀଙ୍କ ଉପରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୦ର ବଦଳି ନିର୍ଦ୍ଦେଶକୁ ଅଧିକାରୀ ମାନୁ ନ ଥିବାରୁ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ।