ସକାଳୁ ସକାଳୁ ରାଜଧାନୀର ୪୦ ସ୍କୁଲକୁ ବୋମାରେ ଉଡାଇଦେବାର ଧମକ, ଛାତ୍ରଛାତ୍ରୀଙ୍କୁ ଘରକୁ ପଠେଇଦେଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୪୦ ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲ ସମେତ ୪୦ ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଛି । ମେଲ୍ ବିଷୟରେ ଜଣାପଡ଼ିବା ପରେ ସ୍କୁଲକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦିଆଯାଇଛି । ଆଗୁଆ ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ଏ ସମ୍ପର୍କରେ ଜଣାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।