(Video) ପ୍ରଭୁଙ୍କ ଲୀଳା ଅପାର! କୁକୁଡ଼ା କହୁଛି ଜୟ ଶ୍ରୀରାମ, ଜଗତର ନାଥ ଜଗନ୍ନାଥଙ୍କ ଆଗରେ ମୁଣ୍ଡ ନୂଆଇଁ ପ୍ରଣାମ କରୁଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ପରି ପଶୁ, ପକ୍ଷୀ, ସରିସୃପ, ବୃକ୍ଷଲତା ସମସ୍ତେ ସମାନ । ଯଦିଓ ମଣିଷକୁ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଥାଏ, ତେବେ ପଶୁ, ପକ୍ଷୀମାନେ ମଧ୍ୟ ସବୁ ଜାଣି ପାରନ୍ତି । ଭଲ-ମନ୍ଦ, ପାପ-ପୂଣ୍ୟ, ସୁଖ-ସୁଃଖକୁ ଅନୁଭବ କରିବାର ସାମର୍ଥ୍ୟ ମଧ୍ୟ ସେମାନଙ୍କ ଠାରେ ରହିଛି । ପଶୁ, ପକ୍ଷୀମାନଙ୍କର ବି ମନ ଆଉ ହୃଦୟ ଅଛି । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓ ତା’ର ବଡ଼ ପ୍ରମାଣ ଦେଇଛି ।
ପକ୍ଷୀ ମନରେ ଯେ ଈଶ୍ୱରଙ୍କ ପ୍ରତି ଭକ୍ତି ଆଉ ପ୍ରେମ ଭାବ ରହିଛି, ସେ ମଧ୍ୟ ମଣିଷ ପରି ଜଗତର ନାଥ କାଳିଆ ଠାକୁରଙ୍କୁ ପୂଜା କରିଥାଏ, ତାହା ଏହି ଭିଡିଓଟି ପ୍ରମାଣ ଦେଉଛି । ଗୋଟିଏ କୁକୁଡ଼ା ମୁଣ୍ଡ ନୂଆଇଁ ଜଗନ୍ନାଥଙ୍କ ଆଗରେ ପ୍ରଣାମ କରିବା ସହ ସତେ ଯେମିତି କହୁଛି ଜୟ ଜଗନ୍ନାଥ ଆଉ ଜୟ ଶ୍ରୀରାମ । କେବଳ ମଣିଷ ନୁହେଁ ପକ୍ଷୀ ବି ପ୍ରଭୁଙ୍କ ଅପାର କରୁଣାରେ ନିମଗ୍ନ ବୋଲି କୁକୁଡ଼ାଟି ପରୋକ୍ଷରେ ସାରା ଦୁନିଆକୁ ଜଣାଇ ଦେଇଛି । କୁକୁଡ଼ାଟିର ଏହି ଆଚରଣରେ ପୁଣି ଥରେ ଜଗନ୍ନାଥଙ୍କ ମହିମା ଦେଖିବାକୁ ମିଳିଛି । ପଶୁ, ମଣିଷଙ୍କ ପରି ଏ ସୃଷ୍ଟିର ପ୍ରତ୍ୟେକ ଜୀବ ଜଗନ୍ନାଥଙ୍କର ସନ୍ତାନ । ଆଉ ଜଗନ୍ନାଥ ହେଉଛନ୍ତି ସବୁ ଜୀବମାନଙ୍କର ବାପା ଆଉ ମାଆ । ଜନ୍ମଦାତାଙ୍କୁ ଛାଡ଼ି କୌଣସି ସନ୍ତାନ କେବେ କ’ଣ ରହିପାରେ । ତେଣୁ ଏ କୁକୁଡ଼ାଟି ପ୍ରଭୁଙ୍କୁ ଛାଡ଼ି କେମିତି ରହିପାରିଥାନ୍ତା?