ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ APCON -୨୪ ର ପ୍ରି-କନଫରେନ୍ସ ୱାର୍କସପ୍ ଆଜି ଅନୁଷ୍ଠିତ ହୋଇଛି l ଏହା ସକାଳ ୮.୩୦ ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏଥିରେ ପାଥୋଲୋଜି ସମ୍ବନ୍ଧୀୟ ଅନେକ ଉପାଦେୟ ବିଷୟ ଉପରେ ଆଲୋଚନା ହୋଇଥିଲାl ଏହି ଅଧିବେଶନ ଯାହାକି କଟକର ଏସ. ସି. ବି. ମେଡିକାଲ୍ କଲେଜରେ ଚଳିତ ମାସ ୧୧ -୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି, ଏହା ଏକ ତାହାର ଅଂଶ ବିଶେଷ l
ଏହି ୱାର୍କସପ୍କୁ ପରିଚାଳନା କରିଥିଲେ ,ଡ. ନିହାରିକା ପଟ୍ଟନାୟକ, ଡ. ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ, addl.Prof., AIIM,Kalyani. Faculties:Dr.Santosh Kumar Mandal,Prof. Pathology,AIIMS Kalyani,Dr.Santosh Menon,Prof. Pathology,TMH Mumbai,Dr.Subasini Naik,Utkal Hospitals, Bhubaneswar, Dr.Palak Nanda,Utkal hospitals , Bhubaneswar & Dr.Manas Baisakh.
ୱାର୍କସପ୍ର ଉଦଘାଟନରେ ଉତ୍କଳ ହସ୍ପିଟାଲର ଡିନ ଏକାଡେମୀକ୍ସ Prof.Dr. Prafulla Kumar Das ଉପସ୍ଥିତ ଥିଲେ ଏବଂ ଉପସ୍ଥିତ ପ୍ରତିନିଧି ମାନଙ୍କୁ ଉପଦେୟ ତଥ୍ୟ ପ୍ରତିପାଦନ କରିଥିଲେ ଉତ୍କଳ ହସ୍ପିଟାଲ୍ ର ପରିଚାଳନା ନିର୍ଦ୍ଦେଶକ,ଡ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ କାର୍ଯ୍ୟାସାଳl ମଧ୍ୟଭାଗରେ ଉତ୍କଳ ହସ୍ପିଟାଲର ଅତ୍ୟାଧୁନିକ ପlଥୋ ଲବୋରୋଟୋରିରେ ପ୍ରତିନିଧି ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ l