ଭାରତରେ ଲଞ୍ଚ ହେଲା Vivo X200 ସିରିଜ୍: ଗ୍ରାହକଙ୍କୁ ମିଳିବ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ଏକ୍ସ୨୦୦ ସିରିଜ୍ ଭାରତରେ ଲଞ୍ଚ ହୋଇଛି । କମ୍ପାନୀ ଭିଭୋ ଏକ୍ସ୨୦୦ ଓ ଭିଭୋ ଏକ୍ସ୨୦୦ ପ୍ରୋ’କୁ ଲଞ୍ଚ କରିଛି । ଏହି ଦୁଇ ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଅନେକ ଦମଦାର ଫଇଚର୍ସ ମିଳିବ । ଦୁଇଟି ଯାକ ସ୍ମାର୍ଟଫୋନ୍ସରେ ଗ୍ରାହକଙ୍କୁ ଡାଇମେନସିଟି ୯୪୦୦ ପ୍ରୋସେସର ଦିଆଯିବା ସହିତ ଉଚ୍ଚ ଗୁଣବତ୍ତା ବିଶିଷ୍ଟ କ୍ୟାମେରା ଓ ବଡ଼ ବ୍ୟାଟେରୀ ମିଳିବ । ଉଭୟ ସ୍ମାର୍ଟଫୋନରେ ଆମୋଲେଡ ସ୍କ୍ରିନ ରହିଛି, ଯାହାକି ୧୨୦ଏଚଜେଡ ରିଫ୍ରେଶ ରେଟ ସପୋର୍ଟ କରିଥାଏ । ସ୍ମାର୍ଟଫୋନରେ ରହିଥିବା ପ୍ରୋସେସରରେ ୧୬ ଜିବି ପର୍ଯ୍ୟନ୍ତ ରାମ ରହିଛି । ହାଣ୍ଡସେଟ ୧୫ ଉପରେ ଆଧାରିତ ଫଣ୍ଟଚ ଓଏସ ୧୫ ଉପରେ କାମ କରିଥାଏ । କମ୍ପାନୀ ଚାରି ବର୍ଷର ସିକ୍ୟୁରିଟି ଅପଡେଟ୍ ଓ ୫ ବର୍ଷର ସିକ୍ୟୁରିଟି ଅପଡେଟ୍ ଦେବ ।

ଭିଭୋ ଏକ୍ସ୨୦୦ରେ ୧୨ଜିବି ରାମ ପ୍ଲସ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୬୫,୯୯୯ ଟଙ୍କା ରହିଛି । ସେହିପରି ଏହାର ୧୬ଜିବି ରାମ ପ୍ଲସ ୫୧୨ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୭୧,୯୯୯ ଟଙ୍କା ରହିଛି । ଏହ ସ୍ମାର୍ଟଫୋନ ଆପଣମାନେ ନ୍ୟାଚୁରାଲ ଗ୍ରୀନ ଓ କସମସ ବ୍ଲାକରେ କିଣିପାରିବେ । ସେହିପରି ଭିଭୋ ଏକ୍ସ୨୦୦ ପ୍ରୋ ମାତ୍ର ଗୋଟିଏ କନଫିଗ୍ରେସନରେ ଆସୁଛି । ଏହାର ୬ଜିବି ରାମ ପ୍ଲସ ୫୧୨ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୯୪,୯୯୯ ଟଙ୍କା ରହିଛି । ଏହି ଫୋନ ଟାଇଟେନିୟମ ଗ୍ରେ ଓ କସମସ ବ୍ଲାକ ଗ୍ରେରେ ଆସୁଛି । ଏହି ଫୋନ୍ସକୁ ଆପଣମାନେ ଡିସେମ୍ବର ୧୯ରେ କ୍ରୟ କରିପାରିବେ ।