‘ଡ୍ରଗ୍ସ ସେବନ କରିବା Cool ନୁହେଁ’, ଯୁବକମାନଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଦିନ ଭାରତର ଯୁବକମାନଙ୍କ ମଧ୍ୟରେ ନିଶା ଦ୍ରବ୍ୟର ଅପବ୍ୟବହାର ବୃଦ୍ଧିକୁ ନେଇ ଗମ୍ଭୀର ନିରାଶ ବ୍ୟକ୍ତ କରି କହିଛନ୍ତି ଯେ, ଡ୍ରଗ୍ସ ନେବା କୁଲ୍ ବୋଲି ବିବେଚନା କରାଯାଇପାରିବ ନାହିଁ। ଏହା ବିଲକୁଲ ନୁହେଁ।

ଡ୍ରଗ୍ସ ଚୋରାଚାଲାଣର ଅପରାଧି ଅଙ୍କୁଶ ବିପନ କପୁରଙ୍କ ବିରୋଧରେ ଏନଆଇଏ ଯାଞ୍ଚର ମଞ୍ଜୁରୀ କରି ଏହି ଟିପ୍ପଣୀ କରିଛନ୍ତି। ଅଙ୍କୁଶ ବିପନ କପୁରଙ୍କ ଉପରେ ଅଭିଯୋଗ ଅଛି ଯେ, ସେ ପାକିସ୍ତାନରୁ ସମୁଦ୍ର ଜଳପଥ ଦେଇ ଭାରତରେ ହେଉଥିବା ହେରୋଇନ ଚୋରା ଚାଳଣରେ ସାମିଲ ଅଛନ୍ତି।

ସୁପ୍ରିମକୋର୍ଟ ଏହି ସମସ୍ୟାକୁ ରୋକିବା ପାଇଁ ମାଆ-ବାପା, ସମାଜ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସାମୂହିକ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। ଏହା ବ୍ୟତୀତ ସୁପ୍ରିମକୋର୍ଟ ଜାତୀୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।