ଏଣିକି AC ବଗିରେ ଯାତ୍ରା କରିବା ପଡ଼ିବ ମହଙ୍ଗା…. ଜେନେରାଲ ପ୍ୟାସେଞ୍ଜରଙ୍କର ନାହିଁ TENSION

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଗର ଲୋକ, ଗରିବଙ୍କଠାରୁ ଆରମ୍ଭ କରି ମଧ୍ୟବୀତ ଏବଂ ଧନୀ, ସବୁ ଶ୍ରେଣୀର ବ୍ୟକ୍ତି ଟ୍ରେନ୍ ଯାତ୍ରା କରନ୍ତି । ଅନେକଙ୍କୁ ତ ପ୍ଲେନ୍ ଛଡ଼ା ଟ୍ରେନ୍ରେ ଯାତ୍ରା କରିବାକୁ ବେଶୀ ଭଲଲାଗେ । ଯାତ୍ରୀମାନେ ନିଜ ମନ ବସନ୍ଦ ବର୍ଗରେ ବସି ଯାତ୍ରା କରିପାରିବେ । ନିଜ ପକେଟ୍ ଅନୁସାରେ ସେମାନେ ଟିକେଟ୍ କରନ୍ତି । ଟଙ୍କାଥିବା ଲୋକ ଏସି ବସିଗରେ ଯିବାକୁ ଭଲପାଉଥିବାବେଳେ ମଧ୍ୟବୀତମାନେ ନନ୍ ଏସି ଅବା ଜେନେରାଲରେ ଯାତ୍ରା କରନ୍ତି । ଟ୍ରେନ୍ରେ ଏସି ବସିରେ ବସି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଆମ ପାଖରେ ରହିଛି ଏକ ଜରୁରୀ ସୂଚନା । ଯାହା ସେମାନଙ୍କୁ କିଛିମାତ୍ରାରେ ବ୍ୟଥିତ କରିବ ନିଶ୍ଚୟ ।

ଏସି ବଗି ଦାମ୍ ବଢ଼ାଇବା ପାଇଁ ସଂସଦୀୟ ସ୍ଥାୟୀ କମିଟି ମତ ପ୍ରକାଶ କରିଛି । ଜେନେରାଲ କ୍ଲାସରେ ଯାତ୍ରା ଶସ୍ତା ରହିବା ସହ ଏସି କ୍ଲାସର ରେଟ୍ ବଢ଼ାଇବା ପାଇଁ କୁହାଯାଇଛି । ୨୦୨୪-୨୫ ଜବେଟକୁ ଗୁରୁତ୍ୱ ଦେଇ ଭାଜପାର ସାଂସଦୀୟ କମିଟି ଏ ପ୍ରକାର ମତ ରଖିଛନ୍ତି । ଯାତ୍ରା ମହଙ୍ଗା କରିବା ଦ୍ୱାରା ୧.୮ କୋଟି ଟଙ୍କା ଆମଦାନୀ କରାଯିବା ନେଇ କମିଟି ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ୟାସେଞ୍ଜର ରେଭେନ୍ୟୁ ୮୦ ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି । ଏସି ବଗି ରେଟ୍ ବଢ଼ିବା ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ । ରେଳଯାତ୍ରୀଙ୍କୁ ମିଳୁଥିବା ନିମ୍ନମାନର ଖାଦ୍ୟକୁ ନେଇ ମଧ୍ୟ କମିଟି ନିଜ ମତ ରଖିଛନ୍ତି । ଏ ଦିଗରେ ରେଳ ବିଭାଗ ବିଶେଷ ଦୃଷ୍ଟି ଦେବା ସହ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ବିଭାଗର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଇଛି