ନୂଆଦିଲ୍ଲୀ: ଆପଣ ନୂଆ ଗାଡ଼ି କିଣିବା ପାଇଁ ଯୋଜନା କରୁଥିଲେ ଡିସେମ୍ବର ମାସ ଉପଯୁକ୍ତ ସମୟ । ଏହି ମାସରେ ଆପଣ ରିହାତି ମୂଲ୍ୟରେ ଗାଡ଼ି କିଣିପାରିବେ । ତେବେ ଡିସେମ୍ବର ମାସରେ ରିହାତି ମୂଲ୍ୟରେ ଗାଡ଼ି ଉପଲବ୍ଧ ହେବା ପଛର କାରଣ ବହୁତ କମ୍ ଲୋକମାନେ ଜାଣିଥିବେ ।
ପ୍ରତି ବର୍ଷ ଡିସେମ୍ବରରେ ବିଭିନ୍ନ କାର କମ୍ପାନୀ ଗ୍ରହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର ପ୍ରଦାନ କରିଥାନ୍ତି । କମ୍ପାନୀ ସେମାନଙ୍କ ଷ୍ଟକରେ ଥିବା ଯାନଗୁଡ଼ିକ ଶୀଘ୍ର ବିକ୍ରି କରିବା ଏବଂ ଦୋକାନରେ ନୂତନ ମଡେଲ ଆଣିବା ପାଇଁ ଯୋଜନା କରିଥାନ୍ତି । ଟାଟା ମୋଟର୍ସ, ହୁଣ୍ଡାଇ ମୋଟର୍ସ, ଟୋୟୋଟା ଭଳି ଅନ୍ୟାନ୍ୟ ଦାମୀ ଗାଡ଼ି ଉପରେ ବମ୍ପର ରିହାତି ପ୍ରଦାନ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷର ଶେଷ ମାସରେ ଗାଡ଼ି ମୂଲ୍ୟ ଉପରେ ରିହାତି ପ୍ରଦାନ କରିବା ପଛରେ କ’ଣ କାରଣ ରହିଛି ।
୧. ନୂଆ ମଡେଲଗୁଡ଼ିକର ଆଗମନ: ନୂଆ ବର୍ଷରେ ଅପଗ୍ରେଡେଡ୍ ମଡେଲ ଲଞ୍ଚ୍ ହୋଇଥାଏ । ପୁରୁଣା ଷ୍ଟକକୁ ଶେଷ କରିବା ପାଇଁ କମ୍ପାନୀ ରିହାତି ପ୍ରଦାନ କରିଥାଏ । ନୂଆ ବର୍ଷରେ ଦୋକାନରେ ନୂଆ ମଡେଲ ଚଢ଼ା ମୂଲ୍ୟରେ ବିକ୍ରି ହୋଇଥାଏ ।
୨. ଫାଇନାନସିଆଲ କ୍ଲୋଜିଂ: ବିଭିନ୍ନ କମ୍ପାନୀ ସେମାନଙ୍କ ବାର୍ଷିକ ସେଲ୍ସ ରିପୋର୍ଟକୁ ଭଲ ଦର୍ଶାଇବା ପାଇଁ ଅଧିକରୁ ଅଧିକ ଯାନ ବିକ୍ରୟ କରିବା ସୁନିଶ୍ଚିତ କରିଥାନ୍ତି । ଫଳରେ ଗ୍ରହକଙ୍କୁ ଉତ୍ତମ ଡିଲ୍ ଏବଂ ଫାଇଦା ମିଳିଥାଏ ।
୩. ଫେଷ୍ଟିଭ୍ ସିଜିନରୁ ଅଧିକ ରିହାତି: ଫେଷ୍ଟିଭ୍ ସିଜିନରେ ଅଧିକ ଚାହିଦା ହେତୁ ସୀମିତ ଅଫର ରହିଥାଏ । ଡିସେମ୍ବରରେ ଗ୍ରାହକ ସଂଖ୍ୟା କମିଯାଏ । ତେଣୁ ଡିଲରସିପ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରିହାତି ସୁବିଧା ପ୍ରଦାନ କରିଥାନ୍ତି । ଏହା ବ୍ୟତୀତ ଫ୍ରି ଇନସ୍ୟୁରାନ୍ସ, ଆସେସୋରିଜ୍ ଏବଂ ଏକ୍ସଚେଞ୍ଜ ବୋନସ ମଧ୍ୟ ପ୍ରଦାନ କରିଥାଏ । ଫଳରେ ଗ୍ରାହକଙ୍କୁ ଲାଭ ଅନେକ ଲାଭ ହୋଇଥାଏ ।