ଦୁଷ୍ଟ ହେଲେ କର୍ମଚାରୀ, ସାବାଡ୍ କରିବାକୁ ବଡ଼ ବାବୁ ଦେଲେ Punishment , ଚାକିରି ଥିବା ପର୍ଯ୍ୟନ୍ତ ଏ ଭୁଲ୍ କେବେ କରିବେନି…
ନୋଏଡା: ସ୍କୁଲ ପିଲା ଦୁଷ୍ଟ ହେଲେ କିମ୍ବା ହୋମ୍ ୱାର୍କ ନ କଲେ ସେମାନଙ୍କୁ ସାବଡ କରିବା ପାଇଁ ଶିକ୍ଷକ ପନିଶମେଣ୍ଟ ଦିଅନ୍ତି । ଠିକ୍ ସେମିତି ପରିସ୍ଥିତି ନୋଏଡାର ଏକ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । କାର୍ଯ୍ୟାଳୟକୁ ପ୍ରତିଦିନ ଶତାଧିକ ଲୋକ ଆସନ୍ତି । ଯେଉଁମାନେ ବିଭନ୍ନ ବୟସ ବର୍ଗର ହୋଇଥାନ୍ତି । ଅଫିସକୁ ଆସୁଥିବା ବୃଦ୍ଧମାନଙ୍କୁ ବେଶୀ ସମୟ କାଉଣ୍ଟରରେ ଛିଡ଼ା ନ କରି ସେମାନଙ୍କ କାମ ଜଲଦି ସାରିଦେବାକୁ ବଡ଼ବାବୁ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଗତ ସୋମବାର ଜଣେ ମହିଳା କର୍ମଚାରୀଙ୍କ କାଉଣ୍ଟରରେ ଜଣେ ବୃଦ୍ଧ ପାଖାପାଖି ୨୦ ମିନିଟ କାଳ ଛିଡ଼ା ରହିଥିବାର ସିଇଓ କ୍ୟାବିନରେ ବସି ଅଫିସ ସିସିଟିଭି ଫୁଟେଜରେ ଦେଖିଲେ । ଆଉ ଯାହାପରେ ଅଫିସରରେ ଥିବା ପାଖାପାଖି ୧୬ କର୍ମଚାରୀଙ୍କୁ ଦଣ୍ଡ ଦେଲେ ୨୦୦୫ ବ୍ୟାଚ୍ ଆଇଏଏସ୍ ଅଫିସର ଲୋକେଶ ଏମ୍।
କାର୍ଯ୍ୟାଳୟ ସିଇଓଙ୍କ ନିଦେ୍ର୍ଦଶକ୍ରମେ ଅଫିସର କର୍ମଚାରୀ ପାଖାପାଖି ୨୦ ମିନିଟ୍ କାଳ ଛିଡ଼ା ରହିଲେ । ତେବେ କାର୍ଯ୍ୟାଳୟ ସିସିଟିଭିରେ କଏଦ ସମ୍ପୂର୍ଣ୍ଣ ଘଟଣାକ୍ରମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବହୁ ସୋସିଆଲ ମିଡିଆ ୟୁଜର ସିଇଓଙ୍କ ଏ ପ୍ରକାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ କାର୍ଯ୍ୟାଳୟର ଅଫିସର ମାନେ ଲୋକେଶଙ୍କ ଭଳି ହେବା ଦରକାର ବୋଲି ଅନେକ ୟୁଜର କମେଣ୍ଟ କରି କହିଛନ୍ତି ।