ନୂଆଦିଲ୍ଲୀ: OpenAI ଗୁଗଲର ଚିନ୍ତା ବଢାଇଦେଇଛି । OpneAI ନିଜ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫିଚରରୁ ଲେସ ChatGPT Search କୁ ବର୍ତ୍ତମାନ ସମସ୍ତ ୟୁଜର୍ସଙ୍କ ପାଇଁ ଫ୍ରି କରାଇଦେଇଛି । କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ରୋଲଆଉଟ୍ ମଧ୍ୟ କରିଦେଇଛି । ଏହି ସର୍ଚ୍ଚ ଇଞ୍ଜିନ ସିଧା ସଳଖ ଗୁଗଲକୁ ଟକ୍କର ଦେବ । ChatGPT Search ୟୁଜର୍ସଙ୍କୁ ଏକ ନୂଆ ଏକ୍ସପିରିଏନ୍ସ ଦେଇପାରେ ।
OpenAI ନଭେମ୍ବର ମାସରେ ChatGPT Searchକୁ ଲଞ୍ଚ କରିଥିଲା । ଲଞ୍ଚ ସମୟରେ କମ୍ପାନୀ ଏହାକୁ କେବଳ ପେଡ୍ ୟୁଜରଙ୍କ ପାଇଁ ଲଞ୍ଚ କରିଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ସଂପୁର୍ଣ୍ଣ ଭାବେ ମାଗଣା କରିଦେଇଛି । ଅର୍ଥାତ ଚାଟଜିପିଟି ସର୍ଚ୍ଚକୁ ବ୍ୟବହାର କରିବା ଲାଗି ବର୍ତ୍ତମାନ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।
ChatGPT Search ର ସବୁଠୁ ଖାସ କଥା ହେଉଛି ଯେ, ଏହାର ଇଣ୍ଟରଫେଓ ପୁରୁଣା ଚାଟବୋଟ ପରି । ଅର୍ଥାତ ଆପଣଙ୍କୁ ଇଣ୍ଟରନେଟ ସର୍ଚ୍ଚରେ ନୂଆ ଅନୁଭବ ମିଳିବାକୁ ଯାଉଛି । ChatGPT Searchରେ ଆପଣ ଯେଉଁ ଟପିକ୍ ବିଷୟରେ ପ୍ରଶ୍ନ କରିବେ, ଏହା ଆପଣଙ୍କୁ ଉତ୍ତର ଦେବା ସହ ସୋର୍ସ ବି ପ୍ରଦାନ କରିବ । ଓପେନଏଆଇ ଚାଟଜିପିଟି ସହ ଏକ ନୂଆ ଆଡଭାନ୍ସ ଭଏସ ମୋଡ ଫିଚର ମଧ୍ୟ ଜାରି କରିଛି ।