ଭଦ୍ରକ: ପ୍ରେମ ପାଇଁ ପୁରା ପରିବାର ଏବେ ରାସ୍ତାରେ । ଆଖିରୁ ବୋହି ପଡୁଛି ଲୁହ । ପାଉଁଶ ହୋଇଯାଇଛି ପୁରା ଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ଅପରାଜିତା ଦାସ ।
ଅଭିଯୋଗ ମୁତାବକ ଚୁଡ଼ାକୁଟି ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଅପରାଜିତାଙ୍କ ନିଜ ଭଉଣୀ ଘର । ସେ ବିଭିନ୍ନ ସମୟରେ ଭଉଣୀ ଘରକୁ ଯିବା ଆସିବା କରିବା ସମୟରେ ଗ୍ରାମର ସ୍ମୃତି ରଞ୍ଜନ ଦାସଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । କିଛି ଦିନ ଗଲାପରେ କୌଣସି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା । ହେଲେ ପାଗଳ ପ୍ରେମିକ ସ୍ମୃତି ରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାକୁ ଧମକ ଚମକ ଦେବା ଆରମ୍ଭ କରିଥିଲା । ତାଙ୍କୁ ଭଲ ନପାଇଲେ ଅନ୍ତରଙ୍ଗ ଫୋଟ ଭିଡିଓ ଭାଇରାଲ କରିଦେବେ ବୋଲି କହିଥିଲେ । ଏଥିରେ ପ୍ରେମିକା ସ୍ମୃତିଙ୍କ ନମ୍ବର ନମ୍ୱର୍ ବ୍ଲକ୍ ଲିଷ୍ଟରେ ପକାଇଦେବାରୁ ରାଗରେ ତାଙ୍କ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ସମ୍ପୂର୍ଣ୍ଣ ଜାଳି ଦେଇଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରେମିକାର ୫ ବଖରା ଘର ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ଧାମନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଗୃହରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଧ୍ୱଂସ ହୋଇଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଧାନ, ଚାଉଳ ଠାରୁ ଆରମ୍ଭ କରି କଂସା, ବାସନ ସୁନା, ଅଳଙ୍କାର ଟିଭି, ଫ୍ରିଜ୍ ସମେତ ଘରର ସମସ୍ତ ଆସବାବ ପତ୍ରକୁ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଏନେଇ ନିରଞ୍ଜନଙ୍କ ଭାଇ ରମାକାନ୍ତ ଓ ଝିଆରି ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।