ନୂଆଦିଲ୍ଲୀ: ଜିନିଷ ରଖିବାକୁ ଭୁଲିଯାଉଛନ୍ତି ବା କୌଣସି ଜିନିଷ ହଗିଯିବାର ଡର ରହୁଛି, ତେବେ ଜିଓର ନୂଆ ଡିଭାଇସ୍ ଆପଣଙ୍କ ପାଇଁ ଆସିଛି ।ବାସ୍ତବରେ ରିଲାଏନ୍ସ ଜିଓ ଏହାର ଜିଓଟ୍ୟାଗ୍ ଗୋ ଉପକରଣ ଭାରତରେ ଲଞ୍ଚ କରିଛି । ବାସ୍ତବରେ ଏହା ଏକ ସ୍ମାର୍ଟ ଟ୍ରାକର, ଯାହା ଆପଣଙ୍କୁ ହଜିଯାଇଥିବା ଆଇଟମ୍ ର ଲୋକେସନ୍ କହିଥାଏ ।
କମ୍ପାନୀ ଦାବି କରିଛି ଯେ ଏହା ହେଉଛି ଭାରତର ପ୍ରଥମ ଟ୍ୟାଗ୍ ଯାହା ଆଣ୍ଡ୍ରଏଡ୍ ସମର୍ଥନ ସହିତ ଆସିଛି । ଜିଓଟ୍ୟାଗ୍ ଗୋ ପତଳା ଏବଂ କମ୍ପାକ୍ଟ ଆକାରରେ ଆସେ । ଏହା ଚାବି, ଆଇଡି କାର୍ଡ, ୱାଲେଟ୍, ପର୍ସ, ଲଗେଜ୍, ଗୃହପାଳିତ ପଶୁ ଏବଂ ଅନ୍ୟାନ୍ୟ ଜିନିଷ ଖୋଜିବା ଏବଂ ଟ୍ରାକ୍ କରିବାରେ ସାହାଯ୍ୟ କରେ ଯାହା ହଜିଯିବାର ସମ୍ଭାବନା ରହିଛି ।
ସରଳ ଭାବରେ କହିବାକୁ ଗଲେ, ଜିଓଟ୍ୟାଗ୍ ଗୋ ହେଉଛି ଏକ ବ୍ଲୁଟୁଥ୍ ସକ୍ଷମ ଟ୍ରାକର୍ ଯାହା ଆପଣଙ୍କର ବ୍ୟକ୍ତିଗତ ଜିନିଷକୁ ଟ୍ୟାଗ୍ ଏବଂ ଖୋଜିବା ସହଜ କରିଥାଏ । ଆମେ ଆପଣଙ୍କୁ କହିବୁ ଯେ ପୂର୍ବରୁ ଆଇଓଏସ ବ୍ୟବହାରକାରୀଙ୍କ ପାଇଁ ଜିଓଟ୍ୟାଗ୍ ଏୟାର ଲଞ୍ଚ କରିଥିଲା, ଯାହା ଆପଲ୍ ଫାଇଡ୍ ମୋ ନେଟୱାର୍କ ସହିତ ଇଣ୍ଟିଗ୍ରେଟେଡ ହୋଇଛି । ଚାଲନ୍ତୁ ଜିଓଟ୍ୟାଗ୍ ଗୋର ଫିସର୍ଚଗୁଡିକ ଉପରେ ନଜର ପକାଇବା…
ଜିଓଟ୍ୟାଗ୍ ଗୋ କିପରି କାମ କରେ?
ଜିଓଙ୍କ ଅନୁଯାୟୀ, ଜିଓ ଟ୍ୟାଗ୍ ଗୋ ଗୁଗୁଲର ଫାଇଣ୍ଡ ମାଇଁ ଡିଭାଇସ୍ ନେଟୱାର୍କ ଆପ୍ ସହିତ କାମ କରେ, ଯେଉଁଥିରେ ବିଶ୍ୱବ୍ୟାପୀ କୋଟି କୋଟି ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କୁ ନିଜର ଜିଓ ଟ୍ୟାଗ୍ ଗୋ ଖୋଜିବାରେ ସାହାଯ୍ୟ କରେ । ଟ୍ୟାଗ୍ କ୍ରମାଗତ ଭାବରେ ଏକ ସୁରକ୍ଷିତ ବ୍ଲୁଟୁଥ୍ ସିଗନାଲ୍ ନିର୍ଗତ କରେ, ଯାହା ଅନ୍ୟ ଆଣ୍ଡ୍ରଏଡ୍ ଡିଭାଇସ୍ ଦ୍ୱାରା ଚିହ୍ନଟ ହୋଇପାରିବ, ଏହା ସହିତ ଅପଡେଟ କରାଯାଇଥିବା ଲୋକେସନ ଗୁଗୁଲ ଫାଇଣ୍ଡ ମାଇ ଆପ୍ ମାଧ୍ୟମରେ ୟୁଜର୍ସ ସହ ସେୟାର କରାଯାଇଥାଏ । କମ୍ପାନୀ କହିଛି ଯେ, ‘ଲଷ୍ଟ୍ ମୋଡ’ ଇନବେଲ କରିବା ମାତ୍ରେ ୟୁଜର୍ସଙ୍କୁ ସ୍ୱୟଂଚାଳିତ ଭାବରେ ଉପଭୋକ୍ତାମାନଙ୍କୁ ସୂଚିତ କରେ , ଯେବେ ଟ୍ୟାଗ୍ ଗୁଗୁଲର ଫାଇଣ୍ଡ ମାଇ ଡିଭାଇସ୍ ନେଟୱାର୍କ ଭିତରେ ମିଳେ ।
ମୂଲ୍ୟ :-
ଜିଓ ଟ୍ୟାଗ୍ ଗୋ ଟ୍ୟାଗ୍ ୧,୪୯୯ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ଲଞ୍ଚ ପ୍ରାଇସରେ ଉପଲବ୍ଧ । ଏହାର ମୂଳ ମୂଲ୍ୟ ହେଉଛି ୨,୯୯୯ ଟଙ୍କା ଅର୍ଥାତ୍ ଏହା ଲଞ୍ଚ ଅଫରରେ ୫୦ ପ୍ରତିଶତ କମ୍ ମୂଲ୍ୟରେ ଉପଲବ୍ଧ । ଟ୍ୟାଗ୍ ଏକ ବର୍ଷର ୱାରେଣ୍ଟି, ଏକ ବର୍ଷ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ରିପ୍ଲେସେବଲ ସିଆର୨୦୩୨ ବ୍ୟାଟେରୀ, ଅତିରିକ୍ତ ବ୍ୟାଟେରୀ ଏବଂ ଏକ ଲାନାର୍ଡ ସହିତ ଆସିଥାଏ । ଏଥିରେ ଏକ ୧୨୦ଡିବି ବିଲ୍ଟ-ଇନ୍ ସ୍ପିକର, ବ୍ଲୁଟୁଥ୍ ଭି୫.୩ ସଂଯୋଗ ଅଛି ଯାହା ଆପଣଙ୍କୁ ଆଇଟମ୍ ଖୋଜିବାରେ ସାହାଯ୍ୟ କରେ ଏବଂ ଏଥିରେ କାମ କରିବାକୁ ସିମ୍ କାର୍ଡ ଆବଶ୍ୟକ ନାହିଁ ।