ନୂଆଦିଲ୍ଲୀ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ସଂସଦ ସିଡ଼ିରୁ ପଡ଼ି ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି । ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ି ଆହତ ହୋଇଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛି ।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ମୁଁ ସିଡ଼ିରେ ଛିଡ଼ା ହୋଇଥିଲି । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ ଏବଂ ସେ ମୋ ଉପରେ ଆସି ପଡ଼ିଯିବାରୁ ମୁଁ ତଳେ ପଡ଼ିଗଲି ଓ ଆହତ ହେଲି ।’
#WATCH | Delhi | BJP MP Pratap Chandra Sarangi says, “Rahul Gandhi pushed an MP who fell on me after which I fell down…I was standing near the stairs when Rahul Gandhi came and pushed an MP who then fell on me…” pic.twitter.com/xhn2XOvYt4
— ANI (@ANI) December 19, 2024
ଅପରପକ୍ଷରେ ପ୍ରତାପ ଷଡ଼ଙ୍ଗୀଙ୍କ ଏଭଳି ଅଭିଯୋଗ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କ୍ୟାମେରାରେ ସବୁ କଏଦ ରହିଛି ବୋଲି କହିଛନ୍ତି ରାହୁଲ । ମୁଁ ସଦନ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିଲି । ବିଜେପି ସାଂସଦମାନେ ମୋତେ ଧକ୍କା ଦେବା ସହ ଧମକାଇଥିଲେ । ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଧକ୍କା ଦେଇଥିଲେ । କିନ୍ତୁ ଏଭଳି ଠେଲାପେଲାର ଆମ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ । ବିଜେପି ସାଂସଦ ଆମକୁ ସଂସଦ ଭିତରକୁ ଯିବାପାଇଁ ଅଟକାଇପାରିବେ ନାହିଁ । କହିରଖୁଛୁ ଆଜି ଇଣ୍ଡିଆ ମେଣ୍ଟ ସଂସଦ ବାହାରେ ପ୍ରୋଟେଷ୍ଟ ମାର୍ଚ୍ଚ କରୁଥିଲା । ରାଜ୍ୟସଭାବେ ବାବା ସାହେବ ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ବିରୋଧରେ ତାଙ୍କ ଇସ୍ତଫା ଏବଂ କ୍ଷମା ମାଗିବାକୁ ଦାବି କରି ଇଣ୍ଡିଆ ମେଣ୍ଟ ଏହି ବିରୋଧ ପ୍ରଦର୍ଶନ କରୁଥିଲେ ।
#WATCH | Lok Sabha LoP Rahul Gandhi says, “This might be on your camera. I was trying to go inside through the Parliament entrance, BJP MPs were trying to stop me, push me and threaten me. So this happened…Yes, this has happened (Mallikarjun Kharge being pushed). But we do not… https://t.co/q1RSr2BWqu pic.twitter.com/ZKDWbIY6D6
— ANI (@ANI) December 19, 2024