ଦେଶରେ ଏତିକି ହୋଇଗଲେ Mobile Users ଏବଂ ଏତେ ଗାଁରେ ପହଞ୍ଚିଲା ମୋବାଇଲ ନେଟୱାର୍କ, ସରକାର ଜାରି କଲେ ସୂଚନା

ନୂଆଦିଲ୍ଲୀ: ବୁଧବାର ଦିନ ସଂସଦରେ ଦିଆଯାଇଥିବା ସୂଚନା ମୁତାବକ, ଦେଶରେ ମୋବାଇଲ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସମୁଦାୟ ସଖ୍ୟା ୩୧ ଅକ୍ଟୋବର ପର୍ଯ୍ୟନ୍ତ ୧୧୫.୧୨ କୋଟି ହୋଇଯାଇଛି। ଯୋଗାଯୋଗ ଏବଂ ଗ୍ରାମୀଣ ବିକାଶ ରାଜ୍ୟ ମନ୍ତ୍ରୀ ଡା. ଚନ୍ଦ୍ରଶେଖର ପେମ୍ମାସାନୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଦେଶର ୬,୪୪,୧୩୧ ଗ୍ରାମରେ ୬,୨୩,୬୨୨ ଗାଁକୁ ବର୍ତ୍ତମାନ ମୋବାଇଲ କଭରେଜ କରିଛି।

ସରକାର ଏବଂ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀଙ୍କ ଦ୍ୱାରା ପର୍ଯ୍ୟାୟକ୍ରମେ ଜନସଂଖ୍ୟା ବିଶେଷ ଗ୍ରାମରେ ମୋବାଇଲ କଭରେଜ ପ୍ରଦାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଏହା ବ୍ୟତୀତ, ସରକାର ଦେଶର ଗ୍ରାମୀଣ, ଦୂର ଏବଂ ପାର୍ବତ୍ୟାଞ୍ଚଳରେ ମୋବଇଲ ଟାୱାରର ସ୍ଥାପନା ଜରିଆରେ ଟେଲି ଯୋଗାଯୋଗର କନେକ୍ଟିଭିଟୀର ବିସ୍ତାର ପାଇଁ ଡିଜିଟାଲ ଭାରତ ନିଧି ଅନୁଯାୟୀ, ବିଭିନ୍ନ ଯୋଜନାଗୁଡିକୁ ଏବଂ ପରିଯୋଜନାଗୁଡିକୁ ଲାଗୁ କରୁଛନ୍ତି।

ଡିଜିଟାଲ ଭାରତ ନିଧି ଦ୍ୱାରା ଫଣ୍ଡେଡ ଭାରତନେଟ ଯୋଜନାକୁ ଦେଶରେ ସମସ୍ତ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପ୍ରଦାନ କରିବା ଲାଗି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ଗତ ସପ୍ତାହରେ ସରକାର କହିଥିଲେ ଯେ, ଗ୍ରାମୀଣ ଭାରତରେ ମୋବାଇଲ ନେଟୱାର୍କ କଭରେଜ ହାରାହାରି ୯୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିସାରିଛି ଏବଂ ୬,୧୪,୫୬୪ ଗ୍ରାମରେ ୪ଜି ମୋବାଇଲ କନେକ୍ଟିଭିଟିରେ କଭର୍ଡ ଅଛି।