Breaking- ପ୍ରତାପଙ୍କୁ ଧକ୍କା ମାମଲା: ରାହୁଲଙ୍କ ବଢିଲା ଅଡୁଆ, ଥାନାରେ ହେଲା ଲିଖିତ ଅଭିଯୋଗ

ନୂଆଦିଲ୍ଲୀ- ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଥାନାରେ ଏତଲା । ବିଜେପି ତରଫରୁ ଗୁରୁବାର ଦିନ ସଂସଦ ମାର୍ଗରେ ଥିବା ଥାନାରେ ଏତଲା ହୋଇଛି । ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରି ପକାଇଦେବା ମାମଲାରେ ବିଜେପି ଥାନାରେ ଲିଖିତ ଅଭିଯୋଗ କରିଛି । ବିଜେପିର ସାଂସଦ ବାଂସୁରୀ ସ୍ୱରାଜ, ଅନୁରାଗ ଠାକୁର ଓ ହେମାଙ୍ଗ ଜୋଶୀ ସଂସଦ ମାର୍ଗରେ ଥିବା ଥାନାରେ ରାହୁଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଜି ସଂସଦ ପରିସରରେ ଗୃହମନ୍ତ୍ରୀ ଅମିତ ସାହଙ୍କ ଆମ୍ବେଦକର ଟିପ୍ପଣୀକୁ ନେଇ ଇଣ୍ଡିମେଣ୍ଟ ତରଫରୁ ବିକ୍ଷୋଭ ଚାଲିଥିଲା । ଏହି ସମୟରେ କଂଗ୍ରେସ ଓ ବିଜେପି ଭିତରେ ଆରମ୍ଭ ହୋଇଥିଲା ଠେଲାପେଲା । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଠେଲା ପେଲାରେ ତଳେ ପଡି ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଜେପିର ବହୁ ସାଂସଦ ଓ ନେତା ପ୍ରତାପଙ୍କୁ ଦେଖିବାକୁ ହସ୍ପିଟାଲ ଯାଉଛନ୍ତି ଭେଟିବାକୁ । ସପାର ଦୁଇ ନେତା ମଧ୍ୟ ପ୍ରତାପଙ୍କୁ ହସ୍ପିଟାଲରେ ଭେଟିବାକୁ ଯାଇଛନ୍ତି ।

ପ୍ରତାପ କହିଥିଲେ କି ରାହୁଲ ଗାନ୍ଧୀ ତାଙ୍କୁ ପେଲି ଦେବାରୁ ସେ ପଡିଗଲେ । ଏହା ପରେ ରାହୁଲଙ୍କ ଏପରି ଆଚରଣକୁ ନିନ୍ଦା କରୁଛନ୍ତି ବିଭିନ୍ନ ବିଜେପି ନେତା । ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଥାନାରେ ମାମଲା ଦାୟର କରିଛି ବିଜେପି ।