ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଓ ପ୍ରଚୁର ମାତ୍ରାରେ ଜଙ୍କଫୁଡ୍ ଖାଇବା ଯୋଗୁଁ ୧୮ରୁ ୨୫ ବର୍ଷ ବୟସ୍କ ଯୁବକଙ୍କ ମଧ୍ୟରେ ଦେଖାଦେଉଛି ଅଧିକ ଯନ୍ତ୍ରଣାଦାୟକ ପାଇଲ୍ସ୍, ଫିଷ୍ଟୁଲା। ପାଇଲ୍ସ୍ରେ ପୀଡ଼ିତ ବ୍ୟକ୍ତିମାନେ ମଳାଶୟ ନିକଟରେ ଯନ୍ତ୍ରଣା କିମ୍ବା ଫୁଲା ଅନୁଭବ କରିଥାନ୍ତି । ଏହି କାରଣରୁ ଝାଡ଼ା ଯିବା ପାଇଁ ଅସୁବିଧା ହୋଇଥାଏ। କୁଣ୍ଡାଇ ହେବା, ପୋଡ଼ିବା, ରକ୍ତ ସ୍ରାବ ହେବା ଏବଂ ବସିବାରେ ଅସୁବିଧା ଦେଖାଦେଇଥାଏ।
ସେହିଭଳି ଫିଷ୍ଟୁଲା ହେଉଛି ମଳାଶୟ ନିକଟରେ ଏକ ଅସ୍ୱାଭାବିକ ଭାବେ ଭିତର ଭାଗକୁ ସଂଯୋଗ କରେ । ଏହା ସାଧାରଣତଃ ଆଘାତ, ଅସ୍ତ୍ରୋପଚାର, ସଂକ୍ରମଣ କିମ୍ବା ଗ୍ରନ୍ଥିର ପ୍ରଦାହ ଭଳି କାରଣରୁ ହୋଇଥାଏ । ମଳାଶୟ ଅଞ୍ଚଳରେ ଯନ୍ତ୍ରଣା, ଫୁଲିବା, ମଳଦ୍ୱାର ଆଖପାଖରେ ଚର୍ମ ଜଳାପୋଡ଼ା ହେବା, ରକ୍ତସ୍ରାବ ଓ ଅନ୍ତନଳୀ ଚଳପ୍ରଚଳ ସମୟରେ ଅସୁବିଧା ଏହାର ମୁଖ୍ୟ ଲକ୍ଷଣ ।
ମେଦବହୁଳତା, ଗର୍ଭାବସ୍ଥା, କମ୍ ଫାଇବର ଯୁକ୍ତ ଖାଦ୍ୟ, କୋଷ୍ଠକାଠିନ୍ୟ, ଡାଇରିଆ, ଭାରି ଜିନିଷ ଉଠାଇବା ଏବଂ ଅନ୍ତନଳୀ ଚଳପ୍ରଚଳ ସମୟରେ ଚାପ କାରଣରୁ ୨୫-୫୫ ବର୍ଷ ବୟସ୍କଙ୍କ ଠାରେ ଏହି ଅବସ୍ଥା ଦେଖାଯାଏ । ଗତ ୨ ମାସ ମଧ୍ୟରେ ଅଧିକ ରୋଗୀ ପାଇଲ୍ସ୍ ଓ ଫିଷ୍ଟୁଲା ନେଇ ଅଭିଯୋଗ କରିଛନ୍ତି। ଶୀତ କରାଣରୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ପ୍ରାୟ ୬୦ ପ୍ରତିଶତ ପୁରୁଷ ଓ ୪୦ ପ୍ରତିଶତ ମହିଳା ଫିଷ୍ଟୁଲା ଓ ପାଇଲ୍ସ୍ ରୋଗରେ ପୀଡ଼ିତ।
ପାଇଲ୍ସ୍କୁ ରୋକିବାର ଉପାୟ:
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସନ୍ତୁଳିତ ଖାଦ୍ୟ ଖାଇବା, ଦୈନିକ ବ୍ୟାୟାମ କରିବା, ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟକୁ ସାମିଲ କରିବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇ ହାଇଡ୍ରେସନ ବଜାୟ ରଖିବା, ଧୂମପାନ ଓ ମଦ୍ୟପାନ ଛାଡିବା ଏବଂ ମଳତ୍ୟାଗ ସମୟରେ ମାନସିକ ଚାପରୁ ଦୂରେଇ ରହିବା ଦ୍ୱାରା ଏହି ଅବସ୍ଥା ହ୍ରାସ ପାଇଥାଏ । ଏଥିରେ କ୍ରିମ୍ ଓ ସିଟ୍ଜ୍ ସ୍ନାନ ଅନ୍ତର୍ଭୁକ୍ତ। ଅବସ୍ଥା ଗମ୍ଭୀର ହେଲେ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ।