fbpx

ମୁଣ୍ଡବିନ୍ଧା ହେଉଛି କି? ତେବେ ଜାଣିନିଅନ୍ତୁ ଏହି ଟିପ୍ସ

ଆଜିକାଲିର ଜୀବନଶୈଳୀରେ ମୁଣ୍ଡବିନ୍ଧା ସାଧାରଣ କଥା ହୋଇଗଲାଣି । ଅଧିକ ଚିନ୍ତା, ସଠିକ୍ ଭାବେ ନଶୋଇବା, ଅଧିକ ଶବ୍ଦ, ଫୋନରେ ଅଧିକ ସମୟ କଥା ହେବା, ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବା, ଥକାପଣ, ମୁଣ୍ଡରେ ରକ୍ତ ପ୍ରବାହ ହ୍ରାସ ପାଇବା ଆଦି ଅନେକ କାରଣରୁ ମୁଣ୍ଡବିନ୍ଧା ସମସ୍ୟା ଦେଖାଦିଏ । ଅନେକ ଲୋକ ସପ୍ତାହରେ ଥରେ ବା ୨ ଥର ମାଇଗ୍ରେନର ସମସ୍ୟା ଭୋଗ କରନ୍ତି । ତେବେ ଆସନ୍ତୁ ଜାଣିବା ଏହାର କିଛିଟା ଉପାୟ..
– ଧ୍ୟାନ
ପ୍ରତିଦିନ ୨ ଥର ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରିବା ଦ୍ୱାରା ଉଭୟ ଶରୀର ଓ ମନକୁ ଆରାମ ମିଳିଥାଏ । ମୁଣ୍ଡରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ରକ୍ତ ସଞ୍ଚାଳନ ବୃଦ୍ଧି ହେତୁ ମୁଣ୍ଡବିନ୍ଧାର ସମ୍ଭାବନା କମିଯାଏ ।
-ପ୍ରାଣାୟମ
ଏରୀରରେ ଅମ୍ଲଜାନ ଅଭାବରୁ ବି ମୁଣ୍ଡବିନ୍ଧା ହୋଇଥାଏ । ଏପରି ପରିସ୍ଥିତିରେ ଗଭୀର ନିଶ୍ୱାସ ନିଅନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।

-ଯଦି ଆପଣଙ୍କର ମାଇଗ୍ରେନ୍‌ ରହିଛି ତେବେ କପାଳ ଉପରେ ଥଣ୍ଡା ସେକ ଦିଅନ୍ତୁ, ଏଥିପାଇଁ ତଉଲିଆରେ ବରଫ ଗୁଡ଼ାଇ ବ୍ୟବହାର କରିପାରିବେ କିମ୍ବା ଫ୍ରିଜ୍‌ର ଫ୍ରୋଜେନ୍‌ ମଟର ପ୍ୟାକେଟ୍‌କୁ ସେକ ଦେବା ପାଇଁ ବ୍ୟବହାର କରିପାରିବେ। ଏହି ଥଣ୍ଡା ସେକକୁ କପାଳ ଉପରେ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ତାହା ପରେ ୧୫ ମିନିଟ୍ ବ୍ୟବଧାନ ଦେଇ ପୁଣି ଥରେ ଥଣ୍ଡା ସେକ ଦିଅନ୍ତୁ। ଯନ୍ତ୍ରଣା କମ୍ କରିବା ପାଇଁ ଥଣ୍ଡା ପାଣିରେ ଗାଧୋଇ ପାରନ୍ତି।

-ଉଜ୍ଜ୍ୱଳ କିମ୍ବା ଧପ୍ ଧପ୍‌ ହେଉଥିବା ଆଲୋକ ଏବଂ ଏପରିକି ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନ୍‌ ମଧ୍ୟ ମାଇଗ୍ରେନ୍‌ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଯଦି ଆପଣ ଏଥିରେ ଆକ୍ରାନ୍ତ ହେଉଥାନ୍ତି ତେବେ ଦିନ ସମୟରେ ଝରକାରେ ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟକିରଣ ଅବରୋଧ କରୁଥିବା ପରଦା ବ୍ୟବହାର କରନ୍ତୁ। ବାହାରକୁ ଗଲା ବେଳେ ସନ୍‌ ଗ୍ଲାସ୍‌ ପିନ୍ଧନ୍ତୁ। ଆପଣ କମ୍ପ୍ୟୁଟରରେ ଆଣ୍ଟିଗ୍ଲେୟାର ସ୍କ୍ରିନ୍‌ ବ୍ୟବହାର କରିପାରନ୍ତି ଏବଂ ଆଲୋକ ପାଇଁ ଡେଲାଇଟ୍ ସ୍ପେକ୍ଟ୍ରମ୍‌ ଫ୍ଲୋରୋସେଣ୍ଟ ବଲ୍‌ବ ବ୍ୟବହାର କରିପାରନ୍ତି।

-ଶରୀରରେ ଜଳର ଅଭାବ ଦେଖା ଦେବାରୁ ବି ମୁଣ୍ଡବିନ୍ଧା ହୋଇଥାଏ । ଏନେଇ ପର୍ଯ୍ୟାପ୍ତ କରିମାଣରେ ପାଣି ପିଅନ୍ତୁ ।

Get real time updates directly on you device, subscribe now.