ଭୁବନେଶ୍ବର: ଆଉ ଟ୍ବିଟସିଟିରେ ଅସୁବିଧା ହେବନି ଯାତାୟତ । କଟକ-ଭୁବନେଶ୍ବରରେ ସୁବିଧା ହେବ ଗମନାଗମନ ବ୍ୟବସ୍ଥା । କାଠଯୋଡିରେ ହେବ ଆଉ 2ଟି ବ୍ରିଜ । ଏସସିବି ଦ୍ବିତୀୟ କ୍ୟାମ୍ପସ 2025 ସୁଦ୍ଧା ନସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ନିର୍ମାଣ ଦାୟିତ୍ବରେ ରହିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଟକ ସହର ଭିତର ରାସ୍ତା ମଧ୍ୟ ପ୍ରଶସ୍ତିକରଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । କଟକରେ ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ । ଜୁଡିସିଆଲ ଏକାଡେମୀ ରାସ୍ତା-ତ୍ରିଶୁଳିଆ ଲେନ୍ ହେବ । ଜୁଡିସିଆଲ ଏକାଡେମୀ ରାସ୍ତା-ଯୋବ୍ରା 6 ଲେନ୍ ହେବ । କଟକ-ଭୁବନେଶ୍ବରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।