ଓଜନ ହ୍ରାସ ଔଷଧକୁ ମିଳିଲା ମଞ୍ଜୁରୀ, ନୀଦରେ ନିଶ୍ୱାସ ଅଟକିଯିବା ସମସ୍ୟାକୁ ମଧ୍ୟ କରିବ ଦୂର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ
ନୂଆଦିଲ୍ଲୀ: ଯେଉଁମାନେ ଓଏସଏ (ଅବଷ୍ଟ୍ରକ୍ଟିଭ୍ ସ୍ଲିପ ଆପନିଆ) ରୋଗରେ ପୀଡିତ, ସେମାନଙ୍କ ପାଇଁ ଖୁସି ଖବର। ଏହି ଖୁସି ଖବର ଆମେରିକା ପ୍ରଦାନ କରିଛି। ଏହି ଔଷଧରେ ନୀଦରେ ଅଚାନକ ନିଶ୍ୱାସ ଅଟକିଯିବା ରୋଗର ଚିକିତ୍ସା ହୋଇପାରିବ। ୟୁଏସ ଏଫଡିଏ ପ୍ରଥମ ଥର ମୋଟାପଣରେ ପୀଡିତ ଲୋକମାନଙ୍କ ପାଇଁ ଆଣ୍ଟି-ଡାଇବେଟିକ ଔଷଧକୁ ମଞ୍ଜୁରୀ ଦେଇଛି, ଯାହାର ଉପଯୋଗ ଓଜନ ହ୍ରାସ ପାଇଁ ମଧ୍ୟ କରାଯାଇଥାଏ, ଏହାକୁ ଜେପବାଉଁଣ୍ଡ ବ୍ରାଣ୍ଡରେ ବିକ୍ରି କରାଯାଇଥାଏ। ବର୍ତ୍ତମାନ ମଧ୍ୟମରୁ ଗମ୍ଭୀର ଓଏଏସ ର ଚିକିତ୍ସାରେ ସିପିଏପି ଏବଂ Bi-Pap ଭଳି ସହାୟକ ଶ୍ୱାସ ଉପକରଣଗୁଡିକର ଉପଯୋଗ କରିବା ସାମିଲ ଅଛି। ଜେପବାଉଣ୍ଡ ନିର୍ମାତା ଏଲି ଲିଲୀ କହିଛନ୍ତି ଯେ, ସେ ସମସ୍ତ ଅନୁମୋଦନ ପ୍ରାପ୍ତ କରିବା ପରେ ୨୦୨୫ ମଧ୍ୟରେ ଭାରତରେ ମ୍ୟାନଜାରୋ ବ୍ରାଣ୍ଡ ନାମରେ ଇଞ୍ଜେକ୍ଟେବଲ ଔଷଧ ଲଞ୍ଚ କରିବେ।
ଏହି ଔଷଧର ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଜାରି ରହିଛି। ଏଲି ଲିଲୀ କହିଛନ୍ତି ଯେ, ଭାରତରେ ଆମର ଏହି ଔଷଧର ପ୍ରଭାବକାରୀତା ଏବଂ ଟାଇପ୨ ଡାଇବେଟିସ ଏବଂ ମୋଟାପଣର ସମସ୍ୟା ସ୍ୱାସ୍ଥ୍ୟ ଏବଂ ଆର୍ଥିକ ବୋଝକୁ କମ କରିବା ପାଇଁ ଏହା ଦ୍ୱାରା ଅଣାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମୂଲ୍ୟକୁ ଏହା ଦର୍ଶାଇବ। ସ୍ଲିପ ମେଡିସିନ ରିଭ୍ୟୁଜରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ହାରାହାରିି ୧୦୪ ମିଲିୟନ ଭାରତୀୟ ଓଏସଏ ରୋଗରେ ପୀଡିତ। ଏଥିସହ ୪୭ ମିଲିୟନ ଲୋକଙ୍କୁ ଗମ୍ଭୀର ଓଏସଏ ରୋଗ ହୋଇଛି।
ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଓଏସଏର ଚିକିତ୍ସାରେ ଓଜନ ହ୍ରାସ କରିବାକୁ ପଡିବ। ଏହି ଔଷଧ ଓଜନ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଏଥିପାଇଁ ନିଦ୍ରା ସମୟରେ ନିଶ୍ୱାସ ନେବାରେ ଏହା ସାହାଯ୍ୟ କରିଥାଏ। ଏଥିପାଇଁ ଏହା ନିଶ୍ଚିତ ଭାବେ ଏକ ଗେମ-ଚେଞ୍ଜର ପ୍ରମାଣିତ ହୋଇପାରେ। ହେଲେ ଆମେ ଦୀର୍ଘକାଳୀନ ପରିଣାମଗୁଡ଼ିକରେ ଏବଂ ଓଏସଏ ରୋଗୀମାନଙ୍କ ପାଇଁ ଏକ ସୀମାରେ ଏହାର ପ୍ରୟୋଜତାର ଅପେକ୍ଷା କରିବାକୁ ପଡିବ।