ଭୁବନେଶ୍ୱର: ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ । ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍ ବ୍ୟବସ୍ଥାକୁ କଡ଼ା କଡ଼ି କରିଛଇ ଓଡ଼ିଶା ପୋଲିସ । ସାରା ସହର ସିସିଟିଭିର ନଜରରେ ରହିବ ବୋଲି କୁହାଯାଇଛି । ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲରାନ୍ସକୁ ଅପଣାଇଛି ପୋଲିସ । ସେଲିବ୍ରେସନ କରିବା ପାଇଁ ପ୍ରଥମେ ପୋଲିସର ଅନୁମତି ବାଧ୍ୟତାମୂଳକ ହୋଇଛି । ମଦୁଆ ଏବଂ ରୋଡ ରୋମିଓଙ୍କ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କୁ କୌଣସି ପ୍ରକାରର ଅସୁବିଧା ହେଲେ ଉତ୍ପାତକାରୀଙ୍କୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।