ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ
ନଳ ଅଛି କିନ୍ତୁ ଜଳ ନାହିଁ; ଏହାକୁ କଣ କହିବା ବୋଲି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ
ଗଞ୍ଜାମ- ଜବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର । ଗଞ୍ଜାମରେ ପାଇପ ଅଛି ପାଣି ନାହିଁ । ଆଜି ମୁଁ ଗଞ୍ଜାମ ଜିଲ୍ଲାରେ ଅଛି । ଏଇଠୁ ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ଦୀର୍ଘ ୨୪ ବର୍ଷ ରାଜ୍ୟକୁ ଶାସନ କଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ ପାଣି ନାହିଁ । ୭-୮ଟି ବଡ ବଡ ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି । ଗୋଟିଏକୁ ଛାଡି ଅନ୍ୟାନ୍ୟ ୬ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି ।
ଗଞ୍ଜାମରେ ପାଇବ ବିଛାହୋଇଛି, ଲୋକେ ପାଣି ପାଉନାହାନ୍ତି । ପାଣି ପାଇପ ଖୋଲାରେ ପଡିଛି । ପାଣି ଆସିବାର ଠିକଣା ନାହିଁ । ନଳ ଅଛି କିନ୍ତୁ ଜଳ ନାହିଁ । ଏହାକୁ କଣ କହିବା ବୋଲି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ ।
ଆଗକୁ ପ୍ରଧାନ କହିଛନ୍ତି, ବିଜେପି ସରକାର ସୁଭଦ୍ରା ଯୋଜନାରେ ଗଞ୍ଜାମ ଜିଲ୍ଲାରେ ୫୦୦ରୁ ଅଧିକ କୋଟି ଟଙ୍କା ମା’ ଭଉଣୀ ମାନଙ୍କ ଖାତାକୁ ପହଞ୍ଚିସାରିଛି । ଆଗକୁ ଏହି ସଂଖ୍ୟା ୧୦୦୦ କୋଟି ଟଙ୍କାରେ ପହଞ୍ଚିବ । ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ଅଛନ୍ତି । ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ରଖାଯାଇଛି ।
କେବଳ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଧାନରେ ଏମଏସପି ବାବଦକୁ ୩୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ । ଯଦି ଏହା କାହାକୁ ମିଛ ଲାଗେ, ତେବେ କଣ କୁହାଯିବ ? ସ୍ୱର୍ଗକୁ ନିଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ, ସେ ପଢି ଦେଇଥିବେ ବୋଲି ନବୀନଙ୍କୁ ଆକ୍ଷେପ କରି କହିଛନ୍ତି ପ୍ରଦାନ ।
ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ନବୀନ ସବୁ ସମୟରେ କହି ଆସୁଛନ୍ତି ବିଜେପି ଲୋକଙ୍କୁ ମିଛ କହି ସରକାରକୁ ଆସିଛି । ଚାଷୀଙ୍କୁ ମିଛ କହିଛି, ଭତ୍ତାଧାରୀଙ୍କୁ ମିଛ କହିଛି । ସୁଭଦ୍ର ନାଁରେ ମହିଳାଙ୍କୁ ଠକିଛି ।