୨୦୨୫ରେ ଏହି ରୋଗ ହେବ ଘାତକ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ମାଲେରିଆ, ଏଚଆଇଭି, ଟ୍ୟୁବରକୋଲସିସ ଚିନ୍ତାର କାରଣ ହୋଇଛି; ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି
ନୂଆଦିଲ୍ଲୀ- କୋଭିଡ-୧୯ ସାରା ବିଶ୍ୱରେ ହାହାକାର ଖେଳାଇ ଚାଲିଯାଇଛି । ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାସ୍ଥକୁ କ୍ଷେତ୍ରକୁ ନେଇ ଚିନ୍ତାରେ । ଆଗାମୀ ଦିନରେ ତିନି ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି ।
କୋଭିଡରେ ଲକ୍ଷ ଲକ୍ଷ ମୃତ୍ୟୁବରଣ କରିଛନ୍ତି, ଏହା ସତ୍ୟ । କିନ୍ତୁ ମାଲେରିଆ, ଏଚଆଇଭି, ଟ୍ୟୁବରକୋଲସିସ ଚିନ୍ତାର କାରଣ ହୋଇଛି । ଏହି ତିନି ରୋଗ ପାଇଁ ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ ।
ଏହା ବ୍ୟତୀତ, ଅଫିସରଙ୍କୁ ଚିନ୍ତାଜନକ ଜୀବାଣୁ ଛାନିଆ କରୁଛି । ବିଶେଷ ରୂପେ ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଭାଇରାଲ ପରି ଔଷଧ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହିସବୁ ରୋଗର ମୁକାବିଲା ପାଇଁ ସାଧାରଣଭାବେ ଏହିସବୁ ଔଷଧର ବ୍ୟବହାର କରାଯାଇଥାଏ ।
୨୦୨୫ରେ ଇଫ୍ଲୁଏଞ୍ଜା ଭୂତାଣୁ ଚିନ୍ତାର କାରଣ ହେବ
ବିଶେଷଜ୍ଞଙ୍କ ମୁତାବକ, ଇମ୍ଫ୍ଲୁଏଞ୍ଜା-ଏ ର ଏକ ଉପସ୍ୱରୂପ ଏଚ୫ଏନ୧ ଅଟେ, ଯେଉଁ ଭୂତାଣୁ ବାର୍ଡ ଫ୍ଲୁ ବି କୁହାଯାଏ । ଏହି ଭୂତାଣୁ ଜଙ୍ଗଲୀ ଓ ଗୃହପାଳିତ ପକ୍ଷୀଙ୍କ ଭିତରେ ସଂକ୍ରମିତ ହୋଇଥାଏ । ଆମେରିକାର କିଛି ରାଜ୍ୟରେ ଗୃହପାଳିତ ପଶୁ ତଥା ମଙ୍ଗୋଲୀୟ ଘୋଡାଙ୍କଠାରେ ସଂକ୍ରମିତ ହେବାର ନଜିର ରହିଛି ।
ପକ୍ଷୀଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ଏହି ଭୂତାଣୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଚଳିତ ବର୍ଷ ଆମେରିକାରେ ୬୧ ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କୃଷି କ୍ଷେତ୍ର ତଥା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଥିଲେ ।