fbpx

ବଡ଼ ଖବର: ରାଜ୍ୟରେ ଆଉ ୫୯୫ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୨୧ ଟି ଜିଲ୍ଲାରୁ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆକ୍ରାନ୍ତ ହୋଇଥିବା ୫୯୫ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୦, ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୁରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୧, ଭଦ୍ରକରୁ ୧୧, କଟକରୁ ୧୧, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ନୟାଗଡ଼ରୁ ୫, ଜଗତସିଂହପୁରରୁ ୫, କଳାହାଣ୍ଡି ୪, କେନ୍ଦୁଝରରୁ ୩, ବରଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.