ବ୍ରହ୍ମପୁର- ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳରର ଲେଡିଜ ହଷ୍ଟେଲରେ ଲାଗିଛି । ଅଗ୍ନିଶମ ବାହିନୀ ସୂଚନା ପାଇଁ ନିଆଁ ଆୟତ୍ତ କରିଛନ୍ତି ।
ସୂଚନା ମୁତାବକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲରେ ନିଆଁ ଲାଗିଯାଇଛି । ଏହି ନିଆଁ ହଷ୍ଟେଲର ଉପର ମହଲାରେ ଲାଗିଥିବା ସୂଚନା ରହିଛି ।
ନିଆଁ ଲାଗିବା ଦେଖି ଛାତ୍ରୀ ଭୟଭୀତ ହୋଇପଡିଥିଲେ ଓ ହଷ୍ଟେଲରୁ ବାହାରି ଯାଇଥିଲେ । ଛାତ୍ରୀଙ୍କ ଭିତରେ ଅଗ୍ନିକାଣ୍ଡ ପାଇଁ ଭୟର ବାତାବରଣ ଖେଳି ଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି । ତେବେ ଉପର ମହଲାରେ ଥିବା ସବୁ ଆସବାବ ପତ୍ର ଏଥିରେ ପୋଡି ନଷ୍ଟ ହୋଇଯାଇଛି ।
ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବା ବେଳେ ଏହି ନିଆଁ ସର୍ଟ ସର୍କିଟରୁ ଲାଗିଥିବା କୁହାଯାଉଛି । ହଷ୍ଟେଲ କର୍ତ୍ତୃପକ୍ଷ ପହଞ୍ଚି ଅଗ୍ନିକାଣ୍ଡର କାରଣ ଖୋଜୁଛନ୍ତି ।