( Big Breaking) ଧାଡିରେ ହେବ ଜଗା ଦର୍ଶନ, ନୂଆବର୍ଷରୁ ହେବ ନୂଆ ବ୍ୟବସ୍ଥାର ଆରମ୍ଭ
ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏପରି କରାଯିବ । ଲୋକଙ୍କ ଉପରେ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ ବ୍ୟବସ୍ଥା
ଭୁବନେଶ୍ୱର- ଶ୍ରୀମନ୍ଦିରରେ ଜାନୁଆରୀରୁ ଆରମ୍ଭ ହେବ ଧାଡି ଦର୍ଶନ । ଭକ୍ତ ଧାଡିରେ ଯାଇ କରିବେ ଦର୍ଶନ । ଏଥିପାଇଁ ବିଶେଷ ବ୍ୟବସ୍ଥା ହେବ । ତେବେ ଆସନ୍ତା ୨୦ ତାରିଖରୁ ଭକ୍ତଙ୍କ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସୁସଂଗଠିତ କରିବାକୁ ମୋହନ ସରକାର ନୂଆ କରି ଧାଡି ଦର୍ଶନ କରିବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଧାଡି ଦର୍ଶନ ଏକ ନୂଆ ପ୍ରକ୍ରିୟା । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏପରି କରାଯିବ । ତେବେ ବର୍ତ୍ତମାନ ନୂଆ ବର୍ଷ ପାଇଁ ପ୍ରବଳ ଭିଡ ଥିବାରୁ ନୂଆ ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ କରିବାକୁ ବା ଏହି ସ୍ଥିତିରେ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଜାନୁଆରୀ ୨୦ରୁ ଭକ୍ତଙ୍କ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ । ଲୋକଙ୍କ ସୁବିଧା ପାଇଁ ଓ ଥକା ହରିବା ପାଇଁ ଫ୍ୟାନ ଓ ଏସି ଲଗାଯିବ । ଏହା ବ୍ୟତୀତ ଲୋକଙ୍କ ଉପରେ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
ଏହା ବ୍ୟତୀତ, ସମସ୍ତେ ଯେମିତି ଶୃଙ୍ଖଳିତ ଦର୍ଶନ କରି ପାରିବେ ତା ଉପରେ ଗୁରୁତ୍ୱ ଦିଆଯିବ । ବିଶେଷ କରି ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହେବ । ସେହିପରି ବୟସ୍କ ବୃଦ୍ଧା, ବୃଦ୍ଧ ଯେମିତ ଭଲରେ ଦର୍ଶନ କରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି କହିଛନ୍ତି ମନ୍ତ୍ରୀ ।