ପାଣ୍ଡିଆନଙ୍କୁ ଛିଗୁଲାଇଲେ ପ୍ରଦୀପ! ‘କାର୍ତ୍ତିକ କଣ ଗୋଟେ ମ୍ୟାଟେରିଆଲ୍, ସମୟ ଆସିଲେ ସବୁ ପାଞ୍ଜି ଖୋଲିଦେବି’
ଗଣମାଧ୍ୟମକୁ ବୟାନ ଦେଇ ପୁଣି ବିଜେଡିକୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ । ନାଁ ନନେଇ ଆଇପିଏସ ଅଧିକାରୀଙ୍କୁ ଟାର୍ଗେଟ କଲେ ।
ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଗତକାଲି 2 ଏବଂ ଆଜି 3ଟି ମାମଲାରେ ନିର୍ଦ୍ଦୋଷ ହେବା ପରେ ମୁହଁ ଖୋଲିଛନ୍ତି ପ୍ରଦୀପ । ଓଡିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ବର୍ଷିଛନ୍ତି ସାଂସଦ ।
ପୂର୍ବ ସରକାରଙ୍କୁ ଟାର୍ଗେଟ- ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ଗଣମାଧ୍ୟମ ସାମ୍ନାରେ ବର୍ଷିଛନ୍ତି । ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ମୋକେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଦେଲେ ।
ପାଞ୍ଜି ଖୋଲିଦେବି- ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି ବୋଲି ସେ କହିଛନ୍ତି ।
ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ଆକ୍ଷେପ କଲେ -ନିଜର ଗିରଫଦାରିଙ୍କୁ ନେଇ ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍ କଲେ । ମୋତେ କିଏ ଗିରଫ କରିବ ପଚରା ବେଳେ ବଡ଼ଭାଇ କହିଲେ ମୁଁ କରିବି । ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ ।
କାର୍ତ୍ତିକ ଗୋଟିଏ ମ୍ୟାଟେରିଆଲ୍ କି କହି ଛିଗୁଲେଇଲେ ପ୍ରଦୀପ । ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ ତାଙ୍କୁ ଠିକା ଦେଇ ଦେଲେ । CMOକୁ କରପସନ୍, କମିଶନ୍, କଲେକ୍ସନ୍ର ହବ୍ କରାଯାଇଥିଲା ।