ନିଆରା ବିବାହ… 6 ଭାଇକୁ ବିବାହ କଲେ 6 ଭଉଣୀ, ନା ନେଲେ ଯୌତୁକ ନାଁ ଦେଲେ ଭୋଜି!

ପାକିସ୍ତାନର ନିଆରା ବିବାହ । 6 ଭାଇକୁ ବିବାହ କଲେ 6 ଭଉଣୀ ।

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପଡୋଶୀ ଦେଶ ପାକିସ୍ତାନରେ ଏକ ବିବାହ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । ଏଠାରେ ଏକ ସମୂହ ବିବାହ ସାମ୍ନାକୁ ଆସିଛି । ଏଠାରେ 6 ଜଣ ଭାଇ ନିଜ ଭଉଣୀକୁ ବିବାହ କରୁଥିବା ଦେଖାଯାଇଛି । ନା କିଏ ଯୌତୁକ ନେଇଥିଲେ ନାଁ ବଦ ଖର୍ଚ୍ଚ ହୋଇଥିଲା ।

ତେବେ ବିବାହ କରିବା ପାଇଁ ପୂର୍ବରୁ ସମସ୍ତେ ପ୍ରସ୍ତୁତ ରହିଥିଲେ ହେଁ ବିଳମ୍ବ ହୋଇଥିଲା । କାରଣ ସାନ ଭାଇ ନାବାଳକ ହୋଇଥିବାରୁ ସାବାଳକ ହେବା ହେବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଥିଲେ ।

6 ଭାଇକୁ ବିବାହ କଲେ 6  ଭଉଣୀ- ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଡ ଭାଇ ନିଷ୍ପତ୍ତି ନେଇଥିଲେ ଯେ ସମସ୍ତ 6 ଜଣ ଭାଇ ଗୋଟିଏ ଦିନରେ ଏକାଠି ବିବାହ କରିବେ । ଅନେକ ଲୋକ ବିବାହ ପାଇଁ ଜମି ବନ୍ଧକ ନେଇଥୁବା ବେଳେ ସେମାନେ ବିନା କୌଣସି ଆର୍ଥିକ ସହାୟତାରେ ବିବାହକୁ ସ୍ମରଣୀୟ କରିବା ପାଇଁ ଚାହିଁଥିଲେ ।

ସାନ ଭାଇର ବୟସ ହେବା ପରେ ସମସ୍ତ ଭାଇ ଏକ ପରିବାର ବାଛିଲେ ଯାହାର 6 ଜଣ ଝିଅ ରହିଥିଲେ । ଏହାପରେ ତାଙ୍କ ଘରକୁ ପ୍ରସ୍ତାବ ପଠାଇଥିଲେ ।

ତା’ପରେ ଅତି ସରଳତା ସହିତ ବିବାହ ରୀତିନୀତି କରାଯାଇଥିଲା । ସେ କନ୍ୟା ଠାରୁ କୌଣସି ମଧ୍ୟ ଯୌତୁକ ଆଣିନଥିଲେ । ତେବେ ଏହି ବିବାହ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।