ଆମେରିକାରେ ଥମୁନି ଜଙ୍ଗଲ ନିଆଁ: ପରିସ୍ଥିତି ଅଣଆୟତ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

ଆମେରିକା: ପରିସ୍ଥିତି ଅଣଆୟତ, ଥମୁନି ଜଙ୍ଗଲ ନିଆଁ। ୩୦,୦୦୦ ଲୋକଙ୍କୁ ଘର ଛାଡ଼ି ପଳାଇବାକୁ ନିର୍ଦ୍ଦେଶ।

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଲାଗିଥିବା ନିଆଁ ବ୍ୟାପିବାରେ ଲାଗିଛି । ୧୦ ଏକର ଜମିରେ ଲାଗିଥିବା ଏହି ଅଗ୍ନିକାଣ୍ଡ କିଛି ଘଣ୍ଟା ମଧ୍ୟରେ ପ୍ରାୟ ୨୯୦୦ ଏକର ଜମିକୁ ବ୍ୟାପିଯାଇଛି ।

ସେପଟେ ପରିସ୍ଥିତି ଏତେ ଭୟଙ୍କର ଯେ ହାତ ଟେକି ଦେଲେଣି ପ୍ରଶାସନ । ଲସ୍ ଆଞ୍ଜେଲସରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଅଗ୍ନିଶମ ବିଭାଗ ମୁଖ୍ୟ କ୍ରିଷ୍ଟିନ କ୍ରାଉଲି କହିଛନ୍ତି ଯେ ୩୦,୦୦୦ ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ କୁହାଯାଇଛି ।

ନିଆଁ ଲିଭାଇବାକୁ ଲାଗିବ ସମୟ: ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା କାମ ଚାଲିଥିଲେ ମଧ୍ୟ ଏଥିପାଇଁ ବହୁ ସମୟ ଲାଗିପାରେ ।

ଏଥିପାଇଁ ହୁଏତଃ ଲୋକମାନେ ବିପଦରେ ପଡ଼ି ପାରନ୍ତି । ଅଗ୍ନିକାଣ୍ଡ ଆହୁରି ବ୍ୟାପିବାର ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।